ନିମାପଡ଼ା, ୧୬/୦୮: ନିମାପଡ଼ା ପ୍ରେସ୍ କ୍ଲବ୍ ପକ୍ଷରୁ ଗତ ଶନିବାର ଗରିମାମୟ ପରିବେଶରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ କ୍ଲବ୍ ସଭାପତି ଅକ୍ଷୟ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜାତୀୟ ସଂହତି ଗାନ ପରିବେଷଣ କରାଯାଇଥିଲା।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜସ୍ୱ ପରିସରରେ କ୍ଲବ୍ ପକ୍ଷରୁ ଧୁମ୍ଧାମରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହ ଜାତୀୟ ଏକତା ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ନେଇ ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ କ୍ଲବ୍ ସମ୍ପାଦକ ରମାକାନ୍ତ ବେହେରା, ସହସମ୍ପାଦକ ବିଶ୍ୱଜିତ୍ ମିଶ୍ର, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା, ସାଂଗଠନିକ ସମ୍ପାଦକ ସୁଦର୍ଶନ ବେହେରା, ଉପଦେଷ୍ଟା ବିଚିତ୍ରାନନ୍ଦ ସାହୁ, କ୍ଷିତିଶ ମହାନ୍ତି, ମାନସ ରଞ୍ଜନ ଦାସ ଓ ଶରତ ସେନାପତିଙ୍କ ସମେତ କ୍ଲବ୍ର ସମସ୍ତ ସଦସ୍ୟ ଯୋଗଦେଇଥିଲେ।

0 Comments