ରସାୟନ ବିଜ୍ଞାନରେ ପିଏଚଡ଼ି ହାସଲ କଲେ ଡଃ ସ୍ୱାଗତ କୁମାର ନାୟକ

ଫୋଟୋକାଟାଲିସିସ୍ ଓ MOF ଗବେଷଣାରେ ସଫଳତା; ନିମାପଡ଼ା ପାଇଁ ଆଣିଲେ ଗୌରବ।

ନିମାପଡ଼ା, ୧୫/୦୭: ନିମାପଡ଼ା ବ୍ଲକ ଅନ୍ତର୍ଗତ ତେରୁଣ୍ଡିଆ ପଞ୍ଚାୟତର ପ୍ରତିଭାବାନ ଯୁବ ଗବେଷକ ଡଃ ସ୍ୱାଗତ କୁମାର ନାୟକ ରସାୟନ ବିଜ୍ଞାନରେ ପିଏଚଡ଼ି ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ଏନ୍‌ଆଇଟି ରାଉରକେଲାରୁ ଚଳିତ ବର୍ଷ ରସାୟନ ବିଜ୍ଞାନ ବିଭାଗରେ ସଫଳତାର ସହ ପିଏଚଡ଼ି ଡିଗ୍ରୀ ଅର୍ଜନ କରିଛନ୍ତି। ଡଃ ସ୍ୱାଗତ କୁମାର ନାୟକ ତେରୁଣ୍ଡିଆ ଗ୍ରାମର ପ୍ରଦୀପ୍ତ କୁମାର ନାୟକ ଓ ଗୀତାରାଣୀ ନାୟକଙ୍କ ସୁପୁତ୍ର। ତାଙ୍କର ଗବେଷଣା ଫୋଟୋକାଟାଲିସିସ୍ (Photocatalysis) ଏବଂ ମେଟାଲ୍–ଅର୍ଗାନିକ୍ ଫ୍ରେମୱାର୍କ (Metal-Organic Frameworks–MOF) ଉପରେ କେନ୍ଦ୍ରିତ। ଏହି ଗବେଷଣା ଅକ୍ଷୟ ଶକ୍ତିର ବିକାଶ, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ଡଃ ନାୟକଙ୍କ ଏହି ସଫଳତାର ଖବର ପ୍ରକାଶ ପାଇବା ପରେ ତେରୁଣ୍ଡିଆ ସମେତ ସମଗ୍ର ନିମାପଡ଼ା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ବିଭିନ୍ନ ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

Post a Comment

0 Comments