ସାମ୍ବାଦିକ ପରିଚୟ ଦେଇ କୋଟି କୋଟି ଟଙ୍କାର ମାଲିକାନା ସାଜିଛନ୍ତି ଦଲାଲ

ଜନୈକ ସାପ୍ତାହିକ ମିଥ୍ୟା ଖବର କାଗଜର ସମ୍ପାଦକ ଦାରିଆ ନାୟକଙ୍କ ଖୁବ୍ ଶୀଘ୍ର ଖୋଲିବ କଳାକାରନାମା !

ପୁରୀ (ଖ24X) :  ଜମି ଦଲାଲି, କୁଜି ନେତା ସାଙ୍ଗକୁ ବିଭିନ୍ନ କେସରେ ଜେଲଦଣ୍ଡ ଭୋଗିବା ପରେ ଏତେସବୁ କେଳେଙ୍କାରୀରୁ ବର୍ତ୍ତିବା ପାଇଁ ସାମ୍ବାଦିକତାକୁ ଉତ୍ତମ ମାଧ୍ୟମ ବାଛିଛନ୍ତି ନିମାପଡ଼ା ଅଞ୍ଚଳର ଜନୈକ ଯୁବକ। ଦିନରେ ସାମ୍ବାଦିକ ସାଜି ଅଫିସର,ଠିକାଦାରଙ୍କୁ ଧମକ ଚମକ ଦେଇ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ବେଳେ ରାତିରେ ଏଘର ମାଉସୀ ସେଘର ପିଉସୀ ହୋଇ ରାଜନୈତିକ ଦଳର ଛାମୁଆ ମାନଙ୍କ ସହ ବସି ନିମାପଡ଼ାର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ବୋଲି ଜଣାପଡିଛି। ଅସ୍ତରଙ୍ଗରୁ ଆରମ୍ଭ କରି କୋଣାର୍କ, କାକଟପୁର ଓ ନିମାପଡ଼ା ପାଟପୁର ପର୍ଯ୍ୟନ୍ତ ଲମ୍ବିଛି ବାବୁଙ୍କ କଳା କାରନାମା। ସାମ୍ବାଦିକତା ପେଷାରେ ଥାଇ ମଧ୍ୟ ଅନ୍ୟ ସାମ୍ବାଦିକଙ୍କୁ ବିରୋଧ କରିବାକୁ ପଛାଉନାହାନ୍ତି। ନିମାପଡ଼ାରେ ଆୟୋଜିତ ହେଉଥିବା କିଛି ବିକଶିତ କାର୍ଯ୍ୟକ୍ରମର ଗୋଟେ ଦିନ ପୂର୍ବରୁ ଆୟୋଜକଙ୍କ ପାଖରେ ପହଞ୍ଚି ଧମକ ଦେଇ ଚାନ୍ଦା ମାଗିବା ସହ ମଞ୍ଚ ଉପରେ ସମ୍ମାନିତ ହେବାପାଇଁ ବାଧ୍ୟ କରୁଥିବାର ଅଭିଯୋଗ ହେଉଛି। କିଛିଦିନ ତଳେ ବଳଙ୍ଗା ବଜାରରେ ସୁନା ଅଳଙ୍କାର ଦୋକାନ କରିଥିବା କିଛି ବ୍ୟବସାୟୀ ମାନଙ୍କୁ ବାବୁ ମୋଟା ଅଙ୍କର ଚାନ୍ଦା ମାଗିଥିଲେ। ନମିଳିବାରୁ ନିଜ ଦ୍ୱାରା ପ୍ରକାଶିତ ଅନାମଧେୟ ଖବରକାଗଜର ଦୁରୁପଯୋଗ କରି ୨୪କ୍ୟାରେଟ ସୁନାକୁ ୧୪କ୍ୟାରେଟ୍ କହି ଖବର ଛାପିଥିଲେ। ବିଭାଗୀୟ ଅଧିକାରୀମାନେ ପରୀକ୍ଷା କରି ଏହାକୁ ଭୁଲ ପ୍ରମାଣିତ କରିବାପରେ ସୁନା ଦୋକାନୀ ମାନହାନୀ କେସ କରିଥିଲେ ବାବୁଙ୍କ ନାମରେ। ସାଧାରଣ ସାମ୍ବାଦିକଟିଏ ହୋଇ ଦୁଇ ମହଲା କୋଠା, ଚାରିଚକିଆ ଗାଡ଼ି ସମେତ ନିମାପଡ଼ା ପେଟାଘାଇ ରାସ୍ତାରେ କୋଟି କୋଟି ଟଙ୍କାର ଜମି କିପରି ହେଲା ତାହା ତଦନ୍ତ ସାପେକ୍ଷ। ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି। ଦୃଣ୍ଣିତି ର ଗନ୍ତାଘର ସାପ୍ତାହିକ ମିଥ୍ୟା ଖବର କାଗଜର ସମ୍ପାଦକଙ୍କ ସମସ୍ତ କଳା ଚିଠାର ସମ୍ପୁର୍ଣ୍ଣ ତଥ୍ୟସହ ପ୍ରତ୍ୟେକ ସପ୍ତାହରେ ଖବର ପ୍ରସାରଣ କରାଯିବ।

Post a Comment

0 Comments