ନିମାପଡ଼ା, ୦୨/୦୪: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ହରିପୁର ଭାର୍ଗବୀ ନଦୀ କୂଳ ମା,ବିଶ୍ୱେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି ଓ ଓପନ୍ ଲନିଂ ସିଷ୍ଟମ ମିଳିତ ସହଯୋଗରେ ଓଡ଼ିଶାକୁ ନ୍ୟାୟ ଦିଅ ଛତିଶଗଡ଼କୁ ପାଣି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯିବା ସହ ଜଳ ବିବାଦର ତୁରନ୍ତ ସମାଧାନ ନିମନ୍ତେ ମହାନଦୀ ବଞ୍ଚାଅ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।୨୦୦୭ ମସିହା ଠାରୁ ୨୦୧୬ ପର୍ଯ୍ୟନ୍ତ ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ କଲମା ଠାରେ ଏକ ଡ୍ୟାମ ନିର୍ମାଣ ହେବା ଫଳରେ ଓଡ଼ିଶାରେ ଜଳ ଅଭାବ ଦେଖା ଦେବା ସହ ଲକ୍ଷ ଲକ୍ଷ ଚାଷୀ ,ମସ୍ୟଜିବି ଓ ପାନୀୟ ଜଳର ଅଭାବ ଦେଖା ଦେବାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଥିଲା।ଫଳରେ ପୂର୍ବ ସରକାର ସମୟରେ ୨୦୧୭ ମସିହାରେ ସୁପ୍ରିକୋର୍ଟଙ୍କ ଜରିଆରେ ମହାନଦୀ ଜଳ ବିବାଦ ସମାଧାନ ନିମନ୍ତେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା।କିନ୍ତୁ ୨୦୧୮ ରୁ ୨୦୨୬ ମଧ୍ୟରେ ଦୁଇଥର ଟ୍ରିବ୍ୟୁନାଲ ଆସିଥିଲେ ମଧ୍ୟ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସହୋଜଗ ମିଳିଲାନାହିଁ। ଓଡ଼ିଶା ୧.୭୪ ମିଲିୟନ ଏକର ଫୁଟ ଜଳ ଆବଶ୍ୟକତା କରୁଥିବା ବେଳେ ଟ୍ରିବ୍ୟୁନାଲ କୈଣସି ପ୍ରକାର ସମଧାନ କରୁନାହିଁ।ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଆଜି ମହାନଦୀ ବଞ୍ଚାଅ କମିଟି ଓ ଓପନ୍ ଲର୍ନିଙ୍ଗ ସିଷ୍ଟମ ମିଳିତ ଆନୁକୂଲ୍ୟରେ ମହାନଦୀ ବଞ୍ଚାଅ ବିକ୍ଷୋଭ ଅନୁଷ୍ଠିତ ହେବା ସହ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନିମାପଡ଼ା ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।ସମସ୍ୟାର ସମାଧାନ ତୁରନ୍ତ କରାନଗଲେ ଆଗାମୀ ଦିନରେ ବଡ଼ ଧରଣ ଆନ୍ଦୋଳନ ପାଇଁ ମହାନଦୀ କମିଟି ଓ ଧନୁଆଁ,ଭାର୍ଗବୀ ସୁରକ୍ଷା ମଞ୍ଚ ଆବାହକ ପ୍ରକାଶ ରଥ ଙ୍କ ସହ ସମସ୍ତ ସଦସ୍ୟମାନେ ଚେତାବନୀ ଦେଇଛନ୍ତି।

0 Comments