ବଳଙ୍ଗା ରାସ୍ତା ଙ୍କୁ ନେଇ ତେଜିଲା ଅସନ୍ତୋଷ, ତନ୍ଦନ୍ତ ନହେଲେ ୭ ଦିନ ଭିତରେ ପୁଣି ଆନ୍ଦୋଳନ - ବିଜେଡ଼ି


 


ନିମାପଡ଼ା, ୨୩/୦୪: ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ରାସ୍ତା ନିର୍ମାଣକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ସଂପୃକ୍ତ ଠିକା ସଂସ୍ଥାର ମନମାନି କୁ ନେଇ ନିମାପଡ଼ାର ବିଭିନ୍ନ ରାଜନୈତିକ ଦଳ ସାମାଜିକ ଅନୁଷ୍ଠାନ ଓ ଶେଷରେ ଠିକାଦାର ମହାସଂଘର ପକ୍ଷରୁ ଆନ୍ଦୋଳନ କରାଯାଇଥିବା ବେଳେ ରାସ୍ତା କାମର ତଦାରଖ ନିମନ୍ତେ ଖୋର୍ଦ୍ଧା ଡିଭିଜନର ଅତିରିକ୍ତ ଅଧିକ୍ଷଣ ଯନ୍ତ୍ରୀ ଙ୍କ ସମେତ ୮ ଜଣିଆ ଟିମ୍ ସମସ୍ତ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ସହିତ ନିର୍ମାଣ କାର୍ଯ୍ୟ ର କାର୍ଯ୍ୟଦେସ ଥିବା କଂକ୍ରିଟ ସନ୍ସର ବିଲୁକୁଲ ବ୍ୟବହାର ହୋଇନଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହିତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ୍ ହେବା ପରେ ପୂର୍ଣ୍ଣବାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଠିକା ସଂସ୍ଥାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଆହାରୀ ଭିତରେ ୩ମାଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟର ସାମାନ୍ୟ ତମ ତଦାରଖ କରାଯାଇନଥିବା ବେଳେ ସଂମ୍ପୃକ୍ତ ଠିକାଦାର ପୁଣି ମନମୁଖୀ ନିର୍ମାଣ କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଛି। ୪୪କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ହୋଇଥିବା ଏହି ୧୪ କିଲୋମିଟର ଢଳେଇ ରାସ୍ତା ନିର୍ମାଣ କରୁଥିବା ସମ୍ପୁକ୍ତ ଠିକା ସଂସ୍ଥା ବିରୋଧରେ ମାଳ ମାଳ ଅଭିଯୋଗ ହେଉଥିଲେ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ତୁରନ୍ତ ନିର୍ମାଣ କାର୍ଯ୍ୟର ମାନ ଜଂଚ ପାଇଁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି। ୭ ଦିନ ମଧ୍ୟରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୃତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେଡ଼ି ପୁଣି ଆନ୍ଦୋଳନକୁ ଓଲାହିବ ବୋଲି ନିମାପଡ଼ା ବିଜେଡ଼ି ବ୍ଲକ ସଭାପତି ଭଗ୍ୟଧର ଖୋଟେଇ ସମେତ ବରିଷ୍ଠ ବିଜେଡି କଜ୍ୟକର୍ତ ଦିଲ୍ଲିପ ପାତ୍ର ଚେତାବନୀ ଦେଇଛନ୍ତି। ତେବେ ଆଗାମୀ ଦିନରେ ଏହା କେତେଦୂର ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା।

Post a Comment

0 Comments