ଉପରକୁ ଉଠୁଛି ତିନି ତାଲା କୋଠା ।

 

ନିମାପଡ଼ା  : ଶତାଧିକ ଜ୍ୟାକ ସାହାଯ୍ୟରେ ଉପରକୁ ଉଠୁଛି ତିନିତାଲା କୋଠା । ରାଜ୍ୟରେ ବିଭିନ୍ନ ସ୍ଥାନରେ ବଡ ବଡ କୋଠା ଘରକୁ  ଜ୍ୟାକ ଟେକ୍ନୋଲୋଜି ମାଧ୍ୟମରେ ଉପରକୁ ଉଠାଇବା  ଘଟଣା ଦିନକୁ ଦିନ ସାଧାରଣରେ ବେଶ୍ ଆଦୃତ ହୋଇଥିବା ବେଳେ ପୁରୀ ଜିଲ୍ଲା ନିମାପଡ଼ା ଜୟଶ୍ରୀ ଛକ ନିକଟରେ ଥିବା ଏହି ୩ହଜାର ସ୍କୋୟାର ଫୁଟ ବିଶିଷ୍ଠ ତିନିତାଲା ଘରକୁ ଜ୍ୟାକ ସାହାଯ୍ୟରେ ଉପରକୁ ଉଠାଯାଇଛି । ପ୍ରଭାତ ବେହେରା ଜଣେ ଓକିଲଙ୍କ ଏହି ଘର ଚତୁଃପାର୍ଶ୍ୱରେ ନିର୍ମାଣ କାର୍ଯ୍ୟ ବୃଦ୍ଧି ପାଇବା ସହ ରାସ୍ତା ଘାଟ ଗୁଡ଼ିକ ଉଚ୍ଚ ହୋଇଯିବା କାରଣରୁ ସେ ଓ ତାଙ୍କ ପରିବାର ବର୍ଷାଦିନେ ଜଳବନ୍ଦୀର ସମ୍ମୁଖୀନ ହେଉଥିଲେ । ଏପରିକି ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା । ବିଭିନ୍ନ ସ୍ଥାନରେ ପୁରୁଣା କୋଠାଘର ଉପରକୁ ଉଠିବା ଭିଡିଓ ୟୁଟ୍ୟୁବରେ ଦେଖି ନିଜ ଘରକୁ ୪ଫୁଟ ଉଠାଇବା ପାଇଁ ନିଷ୍ପତି ନେଇଥିଲେ । ଝାଡ଼ଖଣ୍ଡର ଏକ ଘରୋଇ କମ୍ପାନୀ ଏହି ତିନୀତାଲା କୋଠାଘରକୁ ମାଟି ତଳୁ ଉପରକୁ ଉଠାଇବା ଦାୟିତ୍ୱ ନେଇଥିଲା । ଘରର ମୂଳଦୁଆ ଖୋଳି  ପିଲାର ଗୁଡ଼ିକ କାଟିବା ପରେ ୧୫ ଜଣ ଟେକ୍ନିସିଆନ୍ ଘରର ଡିପିସି ରେ ୧୫୦ ଟି ଜ୍ୟାକ ଲଗାଇ ଏହି କୋଠାକୁ ଉଠାଇବା କାର୍ଯ୍ୟ ସଫଳତାର ସହ  ଆରମ୍ଭ କରିଛନ୍ତି । ଏତେବଡ କୋଠାକୁ ଉପରକୁ ଉଠାଯିବା ଘଟଣା ଘରମାଲିକଙ୍କ ସହ ସ୍ଥାନୀୟ ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ାଇଛି ।

Post a Comment

0 Comments