ବାଇକ୍ କୁ ପିଟିଲା କାର ଯୁବକ ଗୁରୁତର


ବଳଙ୍ଗା, ୨୩/୦୪: ବଳଙ୍ଗା ଥାନା ଅନ୍ତର୍ଗତ ବଳଙ୍ଗା - ଖେଲାର ମୁଖ୍ୟ ରାସ୍ତାର ବାୟାବର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ବାଇକକୁ ପିଟିଲା ଏକ କାର, ଘଟଣା ସ୍ଥଳରେ ଯୁବକ ଗୁରୁତର। ସୁଚନା ମୁତାବକ ଚଅଁରପଦା ରାଉତସାଇ ଗ୍ରାମର ବିଜୟ ରାଉତଙ୍କ ପୁଅ ଚିନ୍ମୟ ରାଉତ ନିମାପଡ଼ାରେ ଏକ ବ୍ୟବସାୟିକ ବିତର୍କ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ରୁପେ କାମ କରନ୍ତି ଆଜି ଅପରାହ୍ନରେ ବଳଙ୍ଗା ରୁ ବେପାର ସାରି ନିମାପଡ଼ା ଫେରୁଥିବା ବେଳେ ବଳଙ୍ଗା - ଖେଲାର ମୁଖ୍ୟ ରାସ୍ତାର ବାୟାବର ଠାରେ ଏକ କାର ମୁହାଁମୁହିଁ ଧକ୍କା ଦେଇଥିଲା ଘଟଣାସ୍ଥଳରେ ଚିନ୍ମୟ ରାଉତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ଚୀତିକ୍ତାର କରିବାରେ ସ୍ଥାନୀୟ ଲୋକମାନେ ଆଶି ଦେଖିବା ପରେ ଥାନାକୁ ଜଣାଇଥିଲେ। ବଳଙ୍ଗା ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଧାର କରି ୧୦୮ ଆସିବା ବିଳମ୍ବ ହେବାରୁ ପୋଲିସ ଗାଡି ରେ ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରାଯାଇଥିଲା।କାରଟି ଦୃତ ଗତିରେ ବଳଙ୍ଗା ଅଭିମୁଖେ ପଳାଇଥିଲା ବେଳେ ପୋଲିସ କାରଟି କେଉଁ ଅଞ୍ଚଳ ବିଭିନ୍ନ ଛକରେ ଶିଶିଟିଭି ଜାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।

Post a Comment

0 Comments