ନିମାପଡା, ୨୩/୦୪: ନିମାପଡ଼ା ଥାନା ଅଧୀନ ଛବଟିଆ ଗ୍ରାମରେ ଯୁବକଙ୍କୁ ଚାକିରି କରେଇଦେବା ଆଳରେ ଲକ୍ଷାଧିକ ଟଙ୍କା ନେଣେ ଦେଣେ କୁ କେନ୍ଦ୍ରକରି ୬ଜଣ ଦୃର୍ବୁତ୍ତଙ୍କ ୧୭ ତାରିଖ ଦିନ ବିଳମ୍ବିତ ରାତିରେ ଯୁବକଙ୍କ ଘରେ ପଶି ମରଣାତ୍ମକ ଆକ୍ରମଣ ପରେ ଘର ଜାଳିଦେଇଥିବା ନେଇ ଥାନାରେ ଅଭିଯୋଗ। ସୁଚନା ଅନୁଯାୟୀ ଛାବାଟିଆ ଗ୍ରାମର ବାସିନ୍ଦା ଗୁଣନିଧି ସ୍ୱାଇଁଙ୍କ ସାନ ପୁଅ ଆଲୋକ କୁମାର ସ୍ବାଇଁ(୨୯) କରିଥିବା ଅଭିଯୋଗ ଅନୁଯାୟୀ ଗତ ୧୭ତାରିଖ ବିଳମ୍ବିତ ରାତ୍ରୀରେ ଟଙ୍କା ନେଣ ଦେଣେକୁ କେନ୍ଦ୍ର କରି ୬ରୁ ଉର୍ଦ୍ଧ ଦୁର୍ବୁତ୍ତ ଘରେ ପଶି ବାପା ଗୁଣନିଧିଙ୍କ ସହିତ ସାନ ପୁଅ ଆଲୋକ ଏବଂ ମା ଯାଇଫୁଲଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହିତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଆକ୍ରମଣର ସମସ୍ତ ଦୂର୍ଷ୍ୟ ସୋସିଆଲ ମିଡିଆରେ ଭାଇରାଲ ପରେ ସମସ୍ତଙ୍କ ଛାତି ଥରି ଉଠିଥିଲା। ହାତରେ ବିଭିନ୍ନ ମାରଣା ଅସ୍ତ୍ର ଧରି ଘରେ ପଶି ଭୟଭୀତ କରିବା ସହିତ ପରିବାର ସଦସ୍ୟଙ୍କ ହାତ ଗୋଡ ଓ ବେକକୁ ରଶି ସାହାଯ୍ୟରେ ବାନ୍ଧି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଏଭଳି ଅମାନୁଷିକ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହେବା ପରେ ଏବେ ନିମାପଡା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।କଳେ ବଳେ କୌଶଳେ ଗୁଣନିଧିଙ୍କ ପୁଅ ଆଲୋକ ସ୍ୱାଇଁ ଏବଂ ସ୍ତ୍ରୀ ଜାଇଫୁଲ ସ୍ବାଇଁ ଦୁର୍ବୃତ୍ତ ମାନଙ୍କ କବଳରରୁ ଖସି ପଳେଇ ଆସି ପଡୋଶୀଙ୍କୁ ଖବର ଦେଇଥିଲେ।ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଆଲୋକ ଓ ତାଙ୍କ ମା ଏବଂ ବାପା ଗୁଣନିଧିଙ୍କୁ ଉଦ୍ଧାର କରିଥିଲେ।ଆଲୋକଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ଜୀବନ ରୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ଦୁର୍ବୃତ୍ତ।ନିମାପଡ଼ା ପୋଲିସ ଅଭିଯୋଗ ପାଇବା ପରେ ୧୦୮/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

0 Comments