ଗ୍ରୋସରୀ ଦୋକାନରୁ ଚୋରି ଘଟଣାରେ ଜଣେ ଗିରଫ

 ଚାରିଛକ: ୨୭/୦୪: ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ମୁଖ୍ୟ ବଡ଼ବଜାରରେ ଥିବା ମହାବୀର ଗ୍ରୋସରୀ ଦୋକାନରୁ ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଳଛତ୍ର ଗ୍ରାମର ଫିଟୁ ମିଶ୍ର (୨୬) । ଗତ ୨୩ ତାରିଖ ବିଳମ୍ବିତ ରାତିରେ ମୁଖ୍ୟ ବଜାରର ଗୋପବନ୍ଧୁ ପ୍ରତିମୂର୍ତ୍ତି ନିକଟରେ ଥିବା ସୁକାନ୍ତ ସାହୁଙ୍କ ଗ୍ରୋସରୀ ଦୋକାନର ଆଜବେଷ୍ଟସ ଭାଙ୍ଗି ଦୂର୍ଭୂତ ମାନେ ନଗଦ ଲକ୍ଷ୍ୟଥିକ ଟଙ୍କା ସହ ଗ୍ରୋସରୀ ସାମଗ୍ରୀ ଲୁଟି ନେଇଥିଲେ। ଏ ସମ୍ପର୍କରେ ଦୋକାନ ମାଲିକ ସୁକାନ୍ତ ସାହୁ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରିରଖିଥିଲା। ଗତ କାଲି ବିଳମ୍ବିତ ରାତିରେ ପୋଲିସ ପ୍ରେଟୋଲିଙ୍ଗ୍ କରୁଥିବା ସମୟରେ ଶଧୟ ଜନକ ଭାବେ ବୁଲୁଥିବା ଫିଟୁ କୁ ଅଟକ ରଖି ପଚରାଉଚରା କରୁଥିଲା। ପୋଲିସ ଆଗରେ ସେ ଚୋରି କରିଥିବା ମାନିଥିଲା। ଅଭିଯୁକ୍ତ ଠାରୁ ନଗଦ ୨୦୦୦ ଟଙ୍କା ସହ କିଛି ଗ୍ରୋସରୀ ସାମଗ୍ରୀ ଜବତ କରିଛି। ଆଜି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

Post a Comment

0 Comments