ନିମାପଡା, ୨୫/୦୪: ପୁରୀ ଜିଲ୍ଲା ନିମାପଡା ବ୍ଲକ ମଧ୍ୟରେ ପାଳନ ହେଉଥିବା ପଞ୍ଚାୟତରାଜ ଦିବସ ସମାରୋହରେ ଖାଲି ପଡିଲା ଅଧିକାଂଶ ଚ୍ୟାର। ହାତ ଗଣତି ମିଶନ ଶକ୍ତି, ଅଙ୍ଗନୱାଡି, ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କୁ ଛାଡିଦେଲେ ନିମାପଡା ୩୨ପଂଚାୟତରେ କୌଣସି ମହିଳା କିମ୍ବା ପୁରୁଷଙ୍କୁ ବ୍ଲକ ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। ପୂର୍ଵ ସରକାର ସମୟରେ ପଞ୍ଚାୟତରାଜ ଦିବସଟିକୁ ମାର୍ଚ୍ଚ ୫ତାରିଖ ଅର୍ଥାତ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଜନ୍ମଦିବଶରେ ପାଳନ କରାଯାଥିବା ବେଳେ ବର୍ତ୍ତମାନର ସରକାର ଏହି ଦିବସ ଟିକୁ ପରିବର୍ତ୍ତନ କରି ଏପ୍ରିଲ ୨୪ ଅର୍ଥାତ ଆଜିର ଦିନରେ ପାଳନ କରୁଛନ୍ତି। ନିମାପଡା ବିଜେଡି ପକ୍ଷରୁ ଏହାକୁ କଟାକ୍ଷ କରାଯିବା ସହ ବର୍ତମାନ ସରକାରଙ୍କ ବିଜୁ ବାବୁଙ୍କ ପ୍ରତି ଯୋଉ ଭଳି ଆଭିମୁଖ୍ୟ ଅଛି ଆଜି ବ୍ଲକ ମଧ୍ୟରେ ଚ୍ୟାର ଖାଲି ପଡି ପ୍ରତିଫଳିତ ହୋଇଛି। ଆଗାମୀ ସମୟରେ ସରକାର ଯଦି ତାଙ୍କର ଆଭିମୁଖ୍ୟ ବିଜୁବାବୁଙ୍କ ପ୍ରତି ପରିବର୍ତ୍ତନ ନକରନ୍ତି ତେବେ ପ୍ରତ୍ୟେକ ଗାଁ ଗଣ୍ଡା ଓ ପଞ୍ଚାୟତ ସ୍ଥରରେ ସାଧାରଣ ଲୋକେ ଏହାର ଦୃଢ ଜବାବ ଦେବେ ବୋଲି ବିଜେଡି ନେତା ଦିଲ୍ଲୀପ କୁମାର ପାତ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀ ,ଏବିଢିଓ ପ୍ରୀୟଦର୍ଶନୀ ବରାଳ, ସିଡ଼ିପିଓ ମାଧବୀ ମହାପାତ୍ର, ସାଂସଦ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ଓଝା,୧୮ ଜୋନର ବିଜେପି ସଭାପତି ତଥା ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିନୋଦ ବିହାରୀ ପୁହାଣ,କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ଶାଇପ୍ରୀତମ ପଟ୍ଟନାୟକ, ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ।
.jpg)
0 Comments