ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ଅଭିଯୋଗ ପ୍ରକୋଷ୍ଠ ଓ ମିଟିଙ୍ଗ ହଲର ଶୁଭ ଉଦ୍ଘାଟନ



 ନିମାପଡ଼ା, ୨୩/୦୪: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ନିମାପଡ଼ା ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠ ଓ ଇ-ସେବା ସହ ବିଦ୍ୟାଳୟ ଏବଂ ସିକିମି ପଟା ଓ ମିଟିଙ୍ଗ ହଲରକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ନିମାପଡ଼ା ଅଞ୍ଚଳରେ ଥିବା ୬ ଟି ବିଦ୍ୟାଳୟ ଓ ୧୧ଟି ସିକିମି ପଟା ବଣ୍ଟନ କରାଯାଇଥିଲା।ଏହି ଅବସରରେ ତହସିଲ କାର୍ଯ୍ୟାଳୟରେ ନିର୍ଭିକ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ମନୋଜ କୁମାର ପ୍ରଧାନ, ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments