ଆମାଜନ ବିରୋଧରେ ସାଂଘାତିକ ଅଭିଯୋଗ, ମାନସିକ ନିର୍ଯାତନା ଦେଇ କର୍ମଚାରୀଙ୍କୁ ମାରିଦେଇଥିବା ଥାନାରେ ଅଭିଯୋଗ ଆଣିଲେ ପାରିବାର ଲୋକ।

ନିମାପଡା, ୨୨/୦୪:  ପୁରୀ ଜିଲ୍ଲା ନିମାପଡ଼ା ଥାନାରେ ଆମାଜନ୍ ଅନଲାଇନ୍ ସଂସ୍ଥା ବିରୁଦ୍ଧରେ ସାଂଘାତିକ ଅଭିଯୋଗ।ନିଜ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦେଇ ମାରିଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।ସୂଚନା ଅନୁଯାୟୀ ନିମାପଡ଼ା ଦୋଳବେଦୀ ଛକ ନିକଟରେ ଥିବା ଆମାଜନ୍  ସଂସ୍ଥାରେ କାମ କରୁଥିବା ଆଶିଷ ସାହୁ ନାମକ ଯୁବକ କଳାକାନୁନୁ କଲ୍ୟାଣ ମଣ୍ଡପ ନିକଟସ୍ଥ ଏକ କଲୋନୀରେ ଦୀର୍ଘ ଦିନ ହେବ ଭଡ଼ାରେ ରହି ଆସୁଥିଲେ। କୌଣସି କାରଣ ବଶତଃ ଗତ କାଲି ତାଙ୍କ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହକୁ ନିମାପଡ଼ା ପୋଲିସ ଉଦ୍ଧାର କରିଥିବା ବେଳେ ଆଜି ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ନିମାପଡ଼ା ଥାନାରେ ଯୁବକ ଜଣଙ୍କ କାମ କରୁଥିବା  ସଂସ୍ଥା ଆମାଜନ୍ ବିରୁଦ୍ଧରେ ଅଭିଯୋଗ ଆଣିବା ସହ ତାଙ୍କ ପିଲାକୁ ସଂସ୍ଥା ପକ୍ଷରୁ ମାନସିକ ନିର୍ଯାତନା ଓ ଚାପ ପକାଯାଇ ମାରିଦିଆ ଯାଇଛି ବୋଲି ତାଙ୍କ ବାପା ଅମୂଲ୍ୟ କୁମାର ସାହୁ ଅଭିଯୋଗ ଆଣିଛନ୍ତି।ତେବେ ଆଶିଷଙ୍କ ପ୍ରକୃତ ଘର କେନ୍ଦ୍ରାପଡ଼ା ଅଞ୍ଚଳର ମାର୍ଷାଘାଇ ବ୍ଲକ୍ ବାଘାଡିହ ଅଞ୍ଚଳରେ ହୋଇଥିବା ବେଳେ ସେ ନିମାପଡ଼ାରେ ଥିବା ଆମାଜନ୍ ସଂସ୍ଥାରେ କ୍ୟାସିୟର ଭାବେ କାର୍ଯ୍ୟରତ ଥିଲେ।ଗତ କାଲି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିବା ପରେ ଶବ ବେବଛେଦ ପାଇଁ ଚାରିଛକ ମେଡିକାଲ ପଠାଇଥିଲା କିନ୍ତୁ ଆଜି ପରିବାର ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ ପାଇବା ପରେ ଘଟଣାକୁ ନେଇ ପୋଲିସ ସଂସ୍ଥାରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା ଜାରି ରଖିବା ସହିତ ଅଧିକ ତଦନ୍ତ ଜାରି ରଖିଛି।



Post a Comment

0 Comments