ନିମାପଡ଼ା : ଆଜି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ବିଜେପିର ସମସ୍ତ ୭ଟି ମଣ୍ଡଳ ଏବଂ ବୁଥ୍ ସ୍ତରର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଉତ୍ସାହର ସହ ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକର୍ତ୍ତାମାନେ ପତାକା ଉତ୍ତୋଳନ କରିବା ସହ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସଂକଳ୍ପ ନେଇଥିଲେ । ମଣ୍ଡଳଗୁଡ଼ିକର ସଭାପତି ଏବଂ ବରିଷ୍ଠ ନେତୃବୃନ୍ଦ ଏହି ଅବସରରେ ବିଜେପିର ଇତିହାସ, ମହାନ ନେତୃବୃନ୍ଦଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷର ଗାଥା ବାବଦରେ ଆଲୋକପାତ କରିଥିଲେ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରି ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶରେ ସ୍ଥାପିତ ଏହି ଦଳର ବିଚାର ବାବଦରେ ଏହି ଅବସରରେ ବକ୍ତାମାନେ ମତପ୍ରକାଶ କରିଥିଲେ । ବିଶେଷ କରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦର ମୂଳମନ୍ତ୍ର 'ଅନ୍ତ୍ୟୋଦୟ' ଆଧାରରେ ସମାଜର ଶେଷ ପହାଚରେ ଥିବା ବ୍ୟକ୍ତିଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ପହଞ୍ଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ମିନଲତା ମହାନ୍ତି,ଜଚିନ୍ଦ୍ର ସ୍ବାଇଁ , କାନୁସିଲର ନିରଞ୍ଜନ ନାୟକ, କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ,ଏନଏସି ଯୁବ ସଭାପତି ସାଇପ୍ରୀତମ ପଟନାୟକ, ସରୋଜ କୁମାର ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକର୍ତ୍ତାଗଣ ବୁଥ୍ ସ୍ତରରେ ଏବଂ ନିଜ ନିଜ ଘରେ ମଧ୍ୟ ଦଳୀୟ ପତାକା ଲଗାଇ ଦଳର ପ୍ରତିଷ୍ଠା ଦିବସ ପାଳନ କରିଥିଲେ।

0 Comments