ଜନଗଣନା ତାଲିମ ଶିବିର

 

ନିମାପଡ଼ା, ୨୯/୦୩: ସମଗ୍ର ଦେଶରେ ଅରମ୍ଭ ହେବାକୁ ଯାଉଛି ଜନଗଣନା ୨୦୨୭ ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଅପ୍ରେଲ୍ ମାସ ଏକ ତାରିଖଠାରୁ ପନ୍ଦର ତାରିଖ ମଧ୍ୟରେ ସ୍ବଗଣନା ଏବଂ ଅପ୍ରେଲ୍ ୧୬ ତାରିଖଠାରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପ୍ରରିପ୍ରେକ୍ଷୀରେ ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନ ତତ୍ତ୍ଵାବଧାନରେ ବ୍ଲକ୍‌ର ଜନ ଗଣନାକାରୀ ଏବଂ ସୁପରଭାଇଜର୍‌ମାନଙ୍କ ପାଇଁ ନିମାପଡ଼ା ଯେବିଆର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା। ଚଳିତ ମାର୍ଚ୍ଚ ୨୫ ତାରିଖରୁ ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରରେ ବ୍ଲକ୍ ୧୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରାଯାଇଥିବା ଅତିରିକ୍ତ ତହସିଲଦାର କେ.ଭେଙ୍କେଟେ ସ୍ୱୋର ରାଓ, ନିରଞ୍ଜନ ନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ସୁଦର୍ଶନ ଭୋଇ ସୂଚନା ଦେଇଛନ୍ତି। ଏହା ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହି ତାଲିମ ଶିବିରରେ ଗଣନାକାରୀ ଏବଂ ସୁପରଭାଇଜର୍‌ମାନଙ୍କୁ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ତାଲିମ ପ୍ରଦାନ କରାଯାଉଛି I ୬ ଜଣ କ୍ଷେତ୍ର ପ୍ରଶିକ୍ଷକ ଭାବେ ତାଲିମ ପ୍ରଦାନ କରିଛନ୍ତି।

Post a Comment

0 Comments