ନିମାପଡ଼ା, ୨୯/୦୩ : ନିମାପଡ଼ା - ପିପିଲି ମୁଖ୍ୟ ରାସ୍ତା ଶାଳଜଙ୍ଗ ଗ୍ରାମ ନିକଟରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା ମୋ ବସ୍। ଫଳରେ ସ୍କୁଟର ଚାଳକ ଗୁରୁତ୍ୱର ଆହାତ ହୋଇଥିବାବେଳେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ସୁଚନା ଅନୁଯାଇ ସ୍କୁଟର ଚାଳକ ସନ୍ତୋଷ ସେନାପତି ନିମାପଡ଼ା ରୁ ଭୁବନେଶ୍ୱର ଘରକୁ ଫେରୁଥିବା ସମୟରେ କୋଣାର୍କ ରୁ ବରମୁଣ୍ଡା ଯାଉଥିବା ୭୨ନଂ ମୋ ବସ୍ ପଛପଟୁ ଧକ୍କା ଦେଇଥିଲା। ଖବର ପାଇ ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଁଚି ଉଭୟ ଗାଡ଼ିକୁ ଜବତ୍ କରିଥିବା ବେଳେ ତଦନ୍ତ ଜାରି ରଖିଛି।

0 Comments