ନିମାପଡ଼ା : ନିମାପଡ଼ାର ୨ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି।ନିମାପଡ଼ା ଜୁଡିସିଆଲ ବାର ଆସୋସିଏସନର ବାମନ ଚରଣ ନାୟକ ସଭାପତି,ପ୍ରଦିପ୍ତ କୁମାର ମିଶ୍ର ଉପ ସଭାପତି,ପ୍ରଶାନ୍ତ କୁମାର ରାଉତରାୟ ସମ୍ପାଦକ ଓ ସରୋଜ କୁମାର ଦାଶ ସହ ସମ୍ପାଦକ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ପ୍ରତାପ ପଣ୍ଡାଙ୍କ ସମେତ ବରିଷ୍ଠ ଆଇନଜୀବୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନ୍ୟପକ୍ଷରେ ନିମାପଡ଼ା ବାର ଆସୋସିଏସନର ଅଭିମନ୍ୟୁ ସ୍ବାଇଁ, ଦୁର୍ଯ୍ୟୋଧନ ବାରିକ, ପ୍ରସପୋଜିତ ପରିଡା ଓ ପ୍ରିୟଙ୍କା ରଥ ଯଥାକ୍ରମେ ସଭାପତି, ଉପସଭାପତି, ସମ୍ପାଦକ ଓ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ସଂଘ ପକ୍ଷରୁ ଗୌରାଙ୍ଗ ଚରଣ ସାହୁ ନିର୍ବାଚନ ଅଧିକାରୀ ଏବଂ ଜୟଦେବ ମିଶ୍ର ଓ ବାଦଲ ସାହେବ ରଥ ଅତିରିକ୍ତ ନିର୍ବାଚନ ଅଧିକାରୀ ନିର୍ବାଚନ ପରିଚାଳନା କରିଥିଲେ। ଶେଷରେ ନିମାପଡ଼ା ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ, ପ୍ରାକ୍ତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ସମୀର ରଞ୍ଜନ ଦାଶ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖୋଟଇ,ଜିବନାନନ୍ଦ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଆସୋସିଏସନର କାର୍ଯ୍ୟାଳୟରେ ପହଞ୍ଚି ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଓକିଲ ମାନଙ୍କର ସମସ୍ୟା ସମାଧାନ କରିବାରେ ଏମାନେ ସହଯୋଗ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ବିଜେଡି ନେତା ସୁବ୍ରତ ଛାଟୋଇ,ବ୍ଲକ ସଭାପତି ଭାଗ୍ୟଧର ଖଟୋଇ ଓ ନଗର ବିଜେଡି ସଭାପତି ଧନୁର୍ଦ୍ଧର ଦାସ ମଧ୍ୟ ଅଭିମନ୍ୟୁ ସ୍ବାଇଁ ପ୍ରମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

0 Comments