ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

  

ବଳଙ୍ଗା:  ବଳଙ୍ଗା ଥାନା ଅନ୍ତର୍ଗତ ବିଣାପାଣି ସରକାରୀ ମିଳିତ ବିଦ୍ୟାପିଠ ପାର୍ବତୀପୁର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉତ୍ସବରେ ମୁଖ୍ୟ ଅତିଥି ରୁପେ ନିମାପଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅନୁସୟା ମହାନ୍ତି, ମୁଖ୍ୟବକ୍ତା ଭାବେ ନିମାପଡ଼ା ମଣ୍ଡଳ ସହଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା, ସନ୍ନମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ମୁଦୁଲି, ପୁର୍ବତନ ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାଶ,ନକୁଳ ଚନ୍ଦ୍ର ବେହେରା, ବଳଙ୍ଗା ପ୍ରଥମିକ ଶିକ୍ଷକ ୟୁନିୟନର ଉପସଭାପତି ରବିନ୍ଦ୍ର କୁମାର ଦାଶ, କ୍ୟାଡ଼ର ଶିକ୍ଷକ ସଂଘ ନିମାପଡ଼ା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସାହୁ,କୁଞ୍ଜ ବିହାରୀ ମଲ୍ଲିକ, ବିଦ୍ୟାଳୟ କମିଟିର ସଭାପତି ରମେଶ କୁମାର ବରାଳ ଓ ସଭାପତି ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ରାଉତ ସଭାପତିତ୍ବ କରିଥିଲାବେଳେ ପ୍ରଶନ୍ନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲାବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ନର୍ମଦା ନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ।

Post a Comment

0 Comments