ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଘାଟିତ।

 

ନିମାପଡା, ୧୭/୦୩: ପୁରୀ ଜିଲ୍ଲା ନିମାପଡା ବାରବାଟୀ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲାରେ ମନୋନୀତ ହୋଇଥିବା ୨୭ଟି ପିଏମଶ୍ରୀ ସ୍କୁଲ ମଧ୍ୟରୁ ପ୍ରଥମ ପର୍ଯାୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ମନୋନୀତ ୧୬ଟି ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପଦର୍ଶନୀ ୪ଟି ପାଭେଲିୟନ ଖୋଳାଯାଇ ପାରମ୍ପରିକ ଖାଦ୍ୟ, ବିଜ୍ଞାନ ପ୍ରକଳ୍ପ ସହିତ ସାହିତ୍ୟ ସୂଜନୀ ପତ୍ରିକା ମଧ୍ୟରେ ପାରଦର୍ଶିତା ପଦର୍ଶନ କରିଥିଲେ। ଜିଲ୍ଲା ସ୍ତରରେ ବିଭିନ୍ନ ସୈକ୍ଷିକ ପ୍ରତିଯୋଗୀତାର ବିଜୟୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଥିଲା। 

ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ପାଞ୍ଚସଖା ଶିକ୍ଷା ସେତୁ ଯୋଜନାର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜଲଷ୍ମୀ ଦାଶ, ଅତିରିକ୍ତ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ହେମ୍ରମ, ନିମାପଡ଼ା ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ସସ୍ମିତା ସାହୁ ଓ ନିମାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଦିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ମୁଖ୍ୟ ଅତିଥି ପ୍ରଭାତୀ ପରିଡା ପିଏମଶ୍ରୀ ଯୋଜନାରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ନୂତନ ଦିଗ ଦର୍ଶନ ଦେବା ସହ ଆଧୁନିକ ସ୍ୱପ୍ନ ଦେଖିବାରେ ସହାୟକ ହେବ ସହ ଆମ ବେଳରେ ପିଲାମାନେ ଛକିସୁନ ଖେଳ ଖେଳୁଥିବା ବେଳେ ଆଜିର ପିଲାମାନେ କମ୍ପ୍ୟୁଟରରେ ଖେଳୁଛନ୍ତିବୋଲି ପ୍ରକାଶ କରିବା ସହ ପିଏମଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ଅବସରରେ ଛାୟା ସଂସଦର ଆୟୋଜନ ଏକ ପ୍ରଶଂସନୀୟ ଉଦ୍ୟମ । ବିଦ୍ୟାଳୟ ସ୍ତରରୁ ଗଣତନ୍ତ୍ର, ସଂସଦ ଏବଂ ସାମ୍ବିଧାନିକ ଅଧିକାରର ଗୁରୁତ୍ୱ ବାବଦରେ ଅବଗତ କରାଇବା ସ୍ୱାଗତଯୋଗ୍ୟ ପଦକ୍ଷେପ । 

Post a Comment

0 Comments