ହୁତୁ ହୁତୁ ହୋଇ ଜଲିଗଲା ବାଇକ୍।

 


ନିମାପଡ଼ା, ୧୪/୦୨: ନିମାପଡ଼ା ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ କାମ ହେଉଥିବା ଏକ ବାଇକରେ ପୁଣି ଲାଗିଲା ନିଆଁ।ଗ୍ୟାରେଜ ଭିତରେ ବାଇକ୍ କାମ କରୁ କରୁ ହଠାତ ବାଇକରେ ନିଆଁ ଲଗାଯାଇଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ସ୍ଥାନୀୟ ଗୋଲେଇ ଛକ ନିକଟରେ ଥିବା ଏକ ଗ୍ୟାରେଜରେ ମହାବୀର କଲୋନୀ ଅଞ୍ଚଳର ରାକେଶ କୁମାର ମିଶ୍ର ଜଣେ ଯୁବକ ନିଜ ଗାଡ଼ି କାମ କରୁଥିଲେ।କାମ ଚାଲିଥିବା ସମୟରେ ହଠାତ ବାଇକରେ ନିଆଁ ଲାଗିଯାଇଥିଲା।ଘଟଣା ସ୍ଥଳରେ ଗ୍ୟାରେଜ କର୍ମଚାରୀ ଭୟରେ ବାଇକ୍ ଟିକୁ ରାସ୍ତା ଉପରକୁ ନେଇଯିବା ସହ ସଙ୍ଗେ ସଙ୍ଗେ ନିମାପଡ଼ା ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ।କିନ୍ତୁ କିଛି ସମୟ ମଧ୍ୟରେ ବାଇକଟି ସମ୍ପୁର୍ଣ୍ଣ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିବା ଆରମ୍ଭ ହୋଇଥିଲା ।କିଛି ସମୟ ପରେ ଅଗ୍ନିସମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବାଇକ୍ ଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା।

Post a Comment

0 Comments