ନିମାପଡ଼ା, ୦୯/୦୨: ନିମାପଡ଼ା ଆଥ୍ଲେଟିକ ଆସୋସିଏଶନ ପକ୍ଷରୁ ସ୍ଥାନୀୟ ବାରବାଟୀ ଗ୍ରାଉଣ୍ଡରେ ୧୧ତମ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ ୮ ଦିନ ଧରି ଚାଲିଥିବା ଆଜିର ଉଦଯାପିତ ଫାଇନାଲ ମ୍ୟାଚରେ ମିଶନ ଟାଇଗର ବାଲେଶ୍ଵର ସହିତ ବଜରଙ୍ଗୀ ଫୁଟୁବଲ କ୍ଲବ୍, ଘାଟିଖିଆ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଛି। ଆଜିର ମ୍ୟାଚ୍ ରେ ମିଶନ ଟାଇଗର ବାଲେଶ୍ଵର ୪-୨ ଗୋଲରେ ବଜରଙ୍ଗୀ ଫୁଟୁବଲ କ୍ଲବ୍ ଘାଟିଖିଆ, ଭୁବନେଶ୍ୱର ହରାଇ ଚମ୍ପିୟାନ ହୋଇଛନ୍ତି।ଖେଳକୁ ପରିଚାଳନା କରିଥିଲେ ରାଜୁ ମହାନ୍ତି ,ସେଖଓ୍ବାତ ଖାନ୍, ପ୍ରଫୁଲ୍ଲ ବେହେରା, ଶୁଶାନ୍ତ ରାଉତରାୟ। ଏହି ଅବସରରେ ଅତିଥି ରୁପେ ଆଥ୍ଲେଟିକ ଆସୋସିଏଶନର ସଭାପତି ସମୀର ରଞ୍ଜନ ଦାଶଙ୍କ ସଭାପତିତ୍ବରେ ଓଡ଼ିଶାର ଫୁଟୁବଲଟିମ୍ ର କୋଚ୍ ଅକ୍ଷୟ କୁମାର ଦାଶ ମୁଖ୍ୟ ଅତିଥି ରୁପେ, ବରିଷ୍ଠ ଶିକ୍ଷାବିତ ଜଗତା ପ୍ରସାଦ ସାବୁତ, ଶିଳ୍ପପତି ସୁରେନ୍ଦ୍ର ବେହେରା,ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ପ୍ରମୁଖ ଅତିଥି ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ଵାରା ମ୍ୟାନଅଫ୍ ଦି ମ୍ୟାଚ ମନୋଜ କୁମାର ମାଝୀଙ୍କୁ ପୁରସ୍କୃତ କରାଯାଇଥିଲାବେଳେ ମ୍ୟାନ ଅଫ୍ ଦି ସିରିଜି ଚୁନୁ ମହାନ୍ତଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଚାମ୍ପିୟନ ଦଳକୁ ୪୦ହଜାର ଟଙ୍କା ଓ ଟ୍ରଫି ଏବଂ ରନରଅପ୍ ଦଳକୁ ୩୦ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖଟୋଇ, ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ,କାର୍ଯ୍ୟକାରୀ ସଭାପତି ଧୀରେନ ବରାଳ,ଫୁଟ୍ବଲ ସମ୍ପାଦକ ପ୍ରକାଶ ବରାଳ, ଫୁଟବଲ୍ ଖେଳର ପରିଚାଳକ ବିଶ୍ବଜିତ ମଲ୍ଲିକ,ତାପସ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

0 Comments