ମହିଳାଙ୍କୁ ଅପହରଣ କରିବା ଉଦ୍ୟମ କରିବାରେ ବିଫଳ ହେବାପରେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ

 


ନିମାପଡ଼ା, ୦୩/୦୨: ଜଣେ ମହିଳାଙ୍କୁ ଅପହରଣ କରିବା ଉଦ୍ୟମ କରିବାରେ ବିଫଳ ହେବାପରେ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ନେଇ ନିମାପଡ଼ା ଥାନାରେ ଅଭିଯୋଗ। ସୁଚନା ମୁତାବକ ନିମାପଡ଼ା ଥାନା ଅନ୍ତର୍ଗତ ରଏଡ଼ ବଜାରର ତମନ୍ନା ବେଗମ(୨୪) କରିଥିବା ଅଭିଯୋଗ ଅନୁଯାୟୀ ଗତକାଲି ସକାଳ ସମୟରେ ହସରତ ଆଦର୍ଶ ବିଦ୍ୟାଭବନକୁ ପ୍ରତ୍ୟେକ ଦିନ ଭଳି ପାଠ ପଢାଇବାକୁ ବିଦ୍ୟାଳୟକୁ ଜାଉଥୁବା ବେଳେ ପୁର୍ବ ଯୋଜନା ମୁତାବକ ବାଲିପାଟଣା ଥାନା ଅଧିନ ବାରହଳ ବସ୍ତିର ରସିଦ୍ ଖାଁ ଏକ ନାଲି କାରରେ ଆଣି ମୋତେ ରଏଡ ବଜାର ପାଣୀଟାଙ୍କି ପାଖରେ ମାରଣାସ୍ତ୍ର ଦେଖାଇ ଅପହରଣ କରିବାକୁ ଉଦ୍ୟମ କରୁଥିବା ବେଳେ ମୁଁ ଚିତିକାର କରିବାରେ ମୋର ଆଇ ପହଞ୍ଚି  ବିରୋଧ କରିବାରେ ମୋର ଆଇକୁ ନିସ୍ତୁକ ମାଡ଼ ମାରିଥିଲେ ଏହି ଘଟଣା ଦେଖି ଆମ୍ଭ ଗ୍ରାମର ମହମ୍ମଦ ରମିଜ ରବା ଖାଁନ ପହଞ୍ଚି ପ୍ରତିବାଦ କରିବାରେ ଆସାମୀ ରସିଦ୍ ଖାନ୍ ବନ୍ଧୁକ ବାହାର କରି ଜିବନ ରୁ ମାରିଦେବାର ଧମକ ଦେଇଥିଲା ।ପରେ ପାଟିତୁଣ୍ଡ ଶୁଣି ପରିବାରର ଲୋକେ ପହଞ୍ଚିବାରେ ଆସାମୀ ରସିଦ୍ ଖାନ୍,ମାତା ମାମା ବିବି, ଭିଣୋଇ ଅବୁନ୍ ଖାଁନ ତାଙ୍କର ସହଯୋଗୀମାନେ ମୋର ସୁନା ଅଳଙ୍କାର ଚୋରି କରିବା ସହ ଧମକ ଦେଇ କହିଲେ ପରେ ତୋ କଥା ବୁଝିବି ଜବରଦସ୍ତ ମୋତେ ଅପହରଣ କରିବାକୁ ଧମକ ଦେଇ ପଳାଇଯାଇଥିଲେ।ମୋତେ ଓ ମୋର ଆଇକୁ ପରିବାର ଲୋକେ ଉଧାର କରି ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ ସେଠାରେ ମୋ ଆଇର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ତମନ୍ନା ବେଗମ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ନିମାପଡ଼ା ଥାନା ଅଭିଯୋଗ ପାଇବା ପରେ ନିମାପଡ଼ା ପୋଲିସ ୩୧/୨୬ ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଅଧିକରୁ ଅଧିକ ତଦନ୍ତ ଚଳାଇବା ସୁଚନା ମିଳିଛି।

Post a Comment

0 Comments