ବାଲିଆପାଳ, ୦୯/୦୨: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ଥି ପଞ୍ଚାୟତରେ ଥିବା ଗରୀବ, ଅସହାୟ, ଭିନ୍ନକ୍ଷମ ଲୋକଙ୍କୁ ଶୀତ ଦାଉରୁ ଆଶ୍ୱସ୍ତି ଦେବା ପାଇଁ ଶନିବାର ବସ୍ତା ବିଧାୟିକା ସୁବାସିନି ଜେନାଙ୍କ ଦ୍ଵାରା ଡାଳୁଆ ଗ୍ରାମରେ ତପନ ଜେନାଙ୍କ ବାସଭବନରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। ପଞ୍ଚାୟତର ସରପଞ୍ଚ ତୃପ୍ତି ଲେଖା ଜେନା ଙ୍କ ତତ୍ୱାବଧାନରେ ପଞ୍ଚାୟତରେ ଥିବା ୧୬ ଟି ୱ୍ୱ।ଡରୁ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ କମ୍ବଳ ବଣ୍ଟା ଯାଇଛି । ଏହି କାର୍ଯ୍ୟକ୍ରମରେ ,ପୂର୍ବତନ ସରପଞ୍ଚ ଶରତ ପ୍ରଧାନ, ଶାନ୍ତନୁ ଭଦ୍ର,ପୂର୍ବତନ ସଦସ୍ୟା ବନିଶିକା ଭଦ୍ର,ସମାଜସେବୀ ହରେକୃଷ୍ଣ ଜେନା,ଅଜୟ ସାମଲ,ପ୍ରଫୁଲ୍ଲ ପାତ୍ର,ମାନସ ରଞ୍ଜନ ଦାଶ, କିଶୋର ପାତ୍ର,ପ୍ରସାନ୍ତ ପାତ୍ର, ଧନଞ୍ଜୟ ଦାସ, ରାଜୀବ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟିକା ସୁବାସିନି ଜେନା କମ୍ବଳ ବଣ୍ଟନ କରିଥିଲେ।

0 Comments