ନିମାପଡ଼ା ଉପ କାରାଗାରରେ ବିଚାରଧୀନ ମହିଳା କଏଦୀଙ୍କ ଆତ୍ମହତ୍ୟା, ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ

 


ନିମାପଡ଼ା, ୨୪/୦୨: ପୁରୀ ଜିଲ୍ଲା ନିମାପଡ଼ାରେ ଥିବା ଉପ କାରାଗାରରେ ଜଣେ ମହିଳା କଏଦୀ ଆତ୍ମହତ୍ୟା କରିଥିବା ସୂଚନା।ଆଜି ଅପରାହ୍ନ ସମୟରେ କେହି ନଥିବା ସୁଯୋଗ ନେଇ ମହିଳା କଏଦୀ ଜଣଙ୍କ ରହୁଥିବା ୱାର୍ଡରେ ଲାଗିଥିବା ଫ୍ୟାନ ମଧ୍ୟରେ ନିଜ ପିନ୍ଧା ଲୁଗା ଲଗାଇ ଝୁଲି ପଡ଼ିଥିବା ଜଣାପଡିଛି।ତେବେ ମୃତ ମହିଳା କଏଦୀ ଜଣଙ୍କ ପିପିଲି ଡେଲାଙ୍ଗ ଉତ୍ତରବାଡ ଅଞ୍ଚଳର ମଧୁସ୍ମିତା ବରାଳ(୩୦) ବୋଲି ଜଣାପଡିଛି।ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ହେବ ନିଜ ନାଁ ବାଳିକା ଝିଅକୁ ହତ୍ୟା ଅଭିଯୋଗରେ ୬.୧୨.୨୦୨୫ରେ ଗିରଫ ହୋଇ ନିମାପଡ଼ା ଉପ କାରାଗାରରେ କଏଦୀ ଭାବେ ଦିନ କାଟୁଥିଲେ।ଘଟଣା ଘଟିବା ପରେ ମହିଳା କଏଦୀ ଜଣଙ୍କୁ ପ୍ରଥମେ ନିମାପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ଵେବଛେଦ ପାଇଁ ପୁରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିଲା।ଏ ବାବଦରେ ଜେଲ ଅଧିକ୍ଷକ ସୁଶାନ୍ତ କୁମାର ରାଉତ ନିମାପଡ଼ା ଥାନାରେ ଏତଲା ଦେଇଥିବା ବେଳେ ନିମାପଡ଼ା ଥାନା ପକ୍ଷରୁ ଅପମୃତ୍ୟୁ ମାମଲା କେସ ନଂ ୩/୨୦୨୬ ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ଜଣାପଡିଛି।ଏନେଇ ଉପ କାରାଗାର ପକ୍ଷରୁ ନିମାପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।ଅନ୍ୟପଟେ ଉପ କାରାଗାରରେ ଏତେ କଡା ସୁରକ୍ଷା ବଳୟ ଥାଇ କିପରି ମହିଳା କଏଦୀ ଜଣଙ୍କ ଆତ୍ମହତ୍ୟା କଲେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଝିଅର ବୋଉ ଡଲି ପରିଡା ଓ ବାପା ତ୍ରିନାଥ ପରିଡ଼ା ନିମାପଡ଼ା ଉପକାରାଗାରରେ ପହଞ୍ଚି ଆମ ଝିଅ କିଭଳି ମୃତ୍ୟୁ ହେଲା ଆମକୁ ଜଣାଇନଥିଲେ।ଆମର ସନ୍ଦେହ ହେଉଛି କି ଆମ ଝିଅକୁ ଉପକାରାଗାର ଅବହେଳାରୁ ମାରିଦେଇଛନ୍ତି ବୋଲି ତାଙ୍କ ବାପା ମା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।

Post a Comment

0 Comments