୧୯ ଲକ୍ଷ ଟଙ୍କାର ଧଳା ଜହର ଜବତ ଅଭିଯୁକ୍ତ ଗିରଫ

 

ନିମାପଡ଼ା, ୨୨/୦୨:  ନିମାପଡ଼ା ଅବକାରୀ ବିଭାଗର ଚଢ଼ାଉରେ ଜଣେ ଧଳା ଜହର ନିମାପଡ଼ା ଥାନା ଅନ୍ତର୍ଗତ ଗୋପ-ନିମାପଡ଼ା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଦିଘାଳୋ ଛକ ନିକଟରେ ଗ୍ରାହକ ଅପେକ୍ଷାରେ ଥିବା ସମୟରେ ନିମାପଡ଼ା ଅବକାରୀ ବିଭାଗର ଅଧିକାରୀ ପ୍ରଭାକର ସେଠି ଅଭିଯୁକ୍ତ କୁ ଗିରଫ କରିବା ସହ ୧୯୦ ଗ୍ରାମ ବ୍ରାଉନସୁଗାର ଏବଂ ମୋବାଇଲ୍ ଟଙ୍କା ଏବଂ ଓଡି ୦୨ ବିଡବ୍ଲୁ ୯୦୧୭ ଥିବା ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ଜବତ କରିଛନ୍ତି।ଅଭିଯୁକ୍ତ ଗୋପ ଥାନା ଅଞ୍ଚଳର ସରତାଜ ଖାନ(୨୭) ଗୋପ ଗ୍ରାମର ବୋଲି ସୁଚନା ମିଳିଛି। ସୁଚନା ମୁତାବକ ଆଜି ପୁର୍ବାହ୍ନରେ ଅଭିଯୁକ୍ତ ସରତାଜ ଖାନ ନିମାପଡ଼ା ଥାନା ଅନ୍ତର୍ଗତ ଗୋପ-ନିମାପଡ଼ା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଦିଘାଳୋ ନିକଟରେ ଗ୍ରାମ ଛକରେ ଥିବା ନିକଟରେ ଗ୍ରାହକ ଅପେକ୍ଷାରେ ଥିବାବେଳେ ନିମାପଡ଼ା ଅବକାରୀ ବିଭାଗର ଅଧିକାରୀ ପ୍ରଭାକର ସେଠି ସୁଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରି ଏନଡିପିଏସ ଆକ୍ଟରେ ୯୯/୨୫-୨୬ ଏକ ମାମଲା ରୁଜୁ କରାଯାଇଛି ।ସରତାଜ ଠାରୁ ୧୯୦ ଗ୍ରାମ ବ୍ରାଉନସୁଗାର ଜବତ ସହ ଏବଂ ମୋବାଇଲ୍ ଟଙ୍କା ଓ ଗାଡ଼ି ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୯ଲକ୍ଷ ଟଙ୍କା ହେବ ବୋଲି ସୁଚନା ମିଳିଛି।ଅଭିଯୁକ୍ତ ସରତାଜ ଖାନଙ୍କୁ ଗିରଫ କରାଯାଇ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଉପକାରାଗାରକୁ ପଠାଇ ଦିଆଯାଇଛି।

Post a Comment

0 Comments