ବଳଙ୍ଗା, ୧୬/୦୨: ସୋମବାର ଦିନ ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ସରସ୍ଵତୀପୁରୁ ପଞ୍ଚାୟତ ଅଧୀନ ବନମାଳୀପୁର ଠାରେ ଜଣେ ବୁଦ୍ଧ ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କରିଛି ବଳଙ୍ଗା ପୋଲିସ। ମୃତକ ଜଣଙ୍କ ହେଲେ ବନମାଳୀପୁର ଗ୍ରାମର ଶ୍ୟାମ ସୁନ୍ଦର ଜେନା (୬୫) । ସୁଚନା ମୁତାବକ ଶ୍ୟାମସୁନ୍ଦର ସବୁଦିନ ପରି ଭୋର ସମୟରେ ନଦୀକୁ ଶୌଚ ହେବାକୁ ଆସିଥିଲେ । ଗ୍ରାମର କେତେକ ବ୍ୟକ୍ତି ଶୌଚ ହେବାକୁ ନଦୀକୁ ଆସିଥିଲା ବେଳେ କୂଳରେ ଶ୍ୟାମସୁନ୍ଦରଙ୍କ ମୃତ ଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ ୫୬/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଇ ତଦନ୍ତ ଜାରି ରଖିଛି। ପାଣିରେ ପଡି ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିଲା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।

0 Comments