ନିମାପଡ଼ା, ୦୫/୦୨: ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ନିମାପଡ଼ାର ପ୍ରଥମ ମହିଳା ବିଧାୟିକା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦକ୍ଷ ନେତୃତ୍ୱରେ ଅନୁପ୍ରାଣିତ ହୋଇ ନିର୍ବାଚନ ମଣ୍ଡଳୀର ୩ହଜାରରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ବିଜେପିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ଟାଉନହଲ ପରିସରସ୍ଥିତ ମୁକ୍ତାକାଶ ମଞ୍ଚଠାରେ ଭାରତୀୟ ଜନତା ପାର୍ଟି ନିମାପଡ଼ା ମଣ୍ଡଳ ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ନୂଆ ସରକାର ଗଠନ ହେବାପରେ ତଥା ଉପମୁଖ୍ୟମନ୍ତ୍ରୀ ଭାବେ ଶ୍ରୀମତୀ ପରିଡ଼ା ଦାୟିତ୍ୱ ଗ୍ରହଣ କରିବାପରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଏହି ମହା ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ନିଆଳି ବିଧାୟକ ଛବି ମଲ୍ଲିକ, ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, ସାଇଁଷ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ,ଜଚିନ୍ଦ୍ର ସ୍ବାଇଁ, ସାଂସଦ ପ୍ରତିନିଧି ମିନଲତା ମହାନ୍ତି ,କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ। ନିମାପଡ଼ା ବ୍ଲକ ଓ ଗୋପ ବ୍ଲକର ମୋଟ ୪୬ ପଞ୍ଚାୟତ ଏବଂ ଏନଏସିର ୧୧ଟି ୱାର୍ଡ ମଧ୍ୟରୁ ପୂର୍ବତନ ନିମାପଡ଼ା ବ୍ଲକ କଂଗ୍ରେସ ସଭାପତି ବିଭୁତି ସ୍ୱାଇଁ, ଏନଏସି ଅନ୍ତର୍ଗତ ନୂଆମଠ ସାହିର ଅକ୍ଷୟ ସାହୁ ପ୍ରମୁଖ ନେତୃତ୍ୱ ମାନଙ୍କ ଉପସ୍ଥିତିରେ ହଜାର ହଜାର ସଂଖ୍ୟକ କର୍ମୀ ବିଭିନ୍ନ ଦଳ ପରିତ୍ୟାଗ କରି ପ୍ରଭାତୀଙ୍କ ନେତୃତ୍ୱରେ ବିଜେପିରେ ନୂତନ କରି ମିଶିଥିବା କାର୍ଯ୍ୟକର୍ତ୍ତାଙ୍କୁ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଦଳୀୟ ଟୋପି ଏବଂ ଉତ୍ତରୀୟ ଦେଇସାମିଲ ହୋଇଥିଲେ।

0 Comments