ଚାକିରି କରାଇ ଦେବା ଆଳରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଠକେଇ, ନ୍ୟାୟ ପାଇଁ ଡିଏସପିଙ୍କ ଦ୍ଵାରସ୍ଥ

 


ବଳଙ୍ଗା, ୦୩/୦୨: ବଳଙ୍ଗା ଥାନା ଅନ୍ତର୍ଗତ ପୁରୁଣା ବୁଢାକେରା ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ଗନ୍ଧର୍ବ ପରିତାଙ୍କ ପୁଅକୁ ଚାକିରି କରାଇ ଦେବା ଆଳରେ ୨୦ହଜାର ଠକେଇ କରାଯାଇଥିଲା । ଟଙ୍କା ମାଗିବାରୁ ଟଙ୍କା ନେଇଥିବା ଯୁବକଙ୍କ ପରିବାର ଲୋକେ ଗନ୍ଧର୍ବଙ୍କ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦିଆଯାଉଥିବା ନେଇ ଗନ୍ଧର୍ବ ବଳଙ୍ଗା ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବାରୁ ଗନ୍ଧର୍ବ ନିଜ ପତ୍ନୀଙ୍କ ସ‌ହ ପିପିଲି ଡିଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗନ୍ଧର୍ବଙ୍କ ପତ୍ନୀ ମନି ପରିତାଙ୍କ ଅଭିଯୋଗ ଅନୁଯାୟୀ ଗନ୍ଧର୍ବଙ୍କ ପୁଅକୁ ସମ୍ବଲପୁରରେ ଚାକିରି କରାଇ ଦେବାର ପ୍ରତିଶୃତି ଦେଇ ସେହି ଗ୍ରାମର ବିକାଶ ମାଝୀ ୨୦ହଜାର ଟଙ୍କା ନେଇଥିଲେ । ପରେ ଗନ୍ଧର୍ବଙ୍କ ପୁଅକୁ ନେଇ ବିକାଶ ସମ୍ବଲପୁର ରେ ରଖୁଥିଲା ବେଳେ କୌଣସି ଚାକିରି ଦେଇନଥିଲା। ଗନ୍ଧର୍ବଙ୍କ ପୁଅ ସେଠାରେ ଟଙ୍କା ଫେରସ୍ତ ମାଗିବାରୁ ବିକାଶ ଗ୍ରାମର ଅନ୍ୟ ଯୁବକଙ୍କୁ ଚାକିରି ଦିଆଯିବ ବୋଲି କହି ଟଙ୍କା ମାଗିବାକୁ କହିଥିଲା । ବିକାଶର ଏଭଳି କଥାରେ ଗନ୍ଧର୍ବଙ୍କ ପୁଅ ସେଠାରୁ ଘରକୁ ଚାଲିଆସି ସମସ୍ତ କଥା କହିଥିଲା । ମନି ବିକାଶଙ୍କ ବାପା ଅକ୍ଷୟ ମାଝୀଙ୍କୁ ଜଣାଇବାରେ ସେ ଗନ୍ଧର୍ବ ପତ୍ନୀ ମନିଙ୍କୁ ସର୍ବ ସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ

Post a Comment

0 Comments