ବଳଙ୍ଗା ମହାବିଦ୍ୟାଳୟର ସଂସ୍କୃତ ବିଭାଗରେ ଆଲୋଚନା ଚକ୍ର

 


ବଳଙ୍ଗା,୦୭/୦୨: ବଳଙ୍ଗା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁ ସଂପାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତ ବିଭାଗୀୟ ମୂଖ୍ୟ କେଳୁଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସାଧନକର୍ମୀ ଭାବେ ବି. ଜେ. ବି. ସ୍ଵୟଂଶାସିତ ମହାବିଦ୍ୟାଳୟର ସଂସ୍କୃତ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ ସୁଜିତ୍ କୁମାର ମିଶ୍ର ଆଲୋଚନା ଚକ୍ରରେ ଭାଗନେଇ ନିଜର ଅଭିଭାଷଣ ରଖିଥିଲେ। ଶ୍ରୀଜଗନ୍ନାଥ ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡ଼ ଲକ୍ଷ୍ମୀଧର ପଣ୍ଡା ସଂସ୍କୃତ ବାଙ୍ଗମୟରେ କ'ଣ କ'ଣ ଅଛି ତା ପ୍ରତିପାଦିତ କରିଥିଲେ। ଶେଷରେ ଅଧ୍ୟାପକ ଡ଼ ପ୍ରସାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ଭାରତୀ ତ୍ରିପାଠୀ ସହଯୋଗ କରିଥିଲେ।

Post a Comment

0 Comments