ନିମାପଡ଼ା, ୦୩/୦୨: ବାଜିରେ ଲାଗିଛି କୁନି କୁନି ପିଲାଙ୍କ ଜୀବନ।ଡ୍ରେନେଜ ବିଭାଗର ବେପରୁଆ ମନୋଭାବ ଯୋଗୁ ବିପଦ ସଂଙ୍କୁଳ ଅବସ୍ଥାରେ ଘରୋଇ ସ୍କୁଲର ଗୃହ।ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ ଜୟ ଗୁରୁ ଆଶ୍ରମ ଠାରୁ ଅମଲାପଡା ପଯ୍ୟନ୍ତ ଡ୍ରେନେଜ୍ କାର୍ଯ୍ୟ ଚାଲିଛି ବିପଦ ସଂଙ୍କୁଳ ଅବସ୍ଥାରେ।୪କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦରେ ନିର୍ମିତ ହେଉଥିବା ଏହି ଡ୍ରେନ କାର୍ଯ୍ୟରେ ଠିକାଦାର ବିଲକୁଲ ନିରାପତ୍ତା ଉପରେ ଧ୍ୟାନ ଦେଉନଥିବା ଯାଇନଥିବା ବେଳେ ଗୁହାଳପଡ଼ା ଏକ ଘରୋଇ ସ୍କୁଲ ପାର୍ଶ୍ଵରେ ନିର୍ମିତ ହେଉଥିବା ଡ୍ରେନ କାର୍ଯ୍ୟ ଯୋଗୁ ସମ୍ପୂର୍ଣ ସ୍କୁଲ ଗୃହ ଏବେ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।ସ୍କୁଲ ଗୃହ ତଳୁ ଗୋଟେ ପଟୁ ମାଟି ଧସେଇ ହୋଇଯାଇଥିବା ବେଳେ ଏବେ ସମ୍ପୂର୍ଣ ସ୍କୁଲ ସହିତ ଅଧ୍ୟୟନ ରତ ଛୋଟ ଛୋଟ ଛାତ୍ର ଛାତ୍ରୀଙ୍କ ଜୀବନ ବିପଦରେ ଥିବା ବେଳେ କୌଣସି ମୁହୂର୍ତ୍ତରେ ସ୍କୁଲ ଗୃହ ମାଟି ତଳକୁ ଖସିପଡିବା ଭୟ ରହିଛି।ଅନ୍ୟପଟେ ଏହି ବିଭାଗ ଅଞ୍ଚଳରେ କୋଟି କୋଟି ଟଙ୍କାର କାର୍ଯ୍ୟ କରୁଥିବା ବେଳେ ଏକ ସାଧାରଣ ଲୋକେ ଅଭିଯୋଗ କରିବା ନିମନ୍ତେ ନାଁ ଅଛି ଅଫିସ ନାଁ ଅଛନ୍ତି ଅଫିସର। କେବଳ ଶିଳାନ୍ୟାସ ସମୟରେ ଅଧିକାରୀ ମନେ ଆସନ୍ତି ଆଉ ଚାଲିଯାନ୍ତି। ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା କାମ ହେଉଥିବା ବେଳେ କୌଣସି ସ୍ଥାନରେ କେବେ ଅଧିକାରୀଙ୍କ ତଦାରଖ କରୁଥିବା ଚିତ୍ର ଦେଖିବାକୁ ମିଳିନି। ଏହିଭଳି ସ୍ଥିତିରେ କାମ କରୁଥିବା ଠିକା ସଂସ୍ଥା ନିଜର ଫାଇଦା ଏହି ଭଳି କାର୍ଯ୍ୟ କରିବା ସହିତ ଛାତ୍ର ଛାତ୍ରୀଙ୍କ ଜୀବନ ବିପଦରେ ପକାଇବାକୁ ପଛାଉନାହାନ୍ତି। ତୁରନ୍ତ ଏହି ନିର୍ମାଣ କାର୍ଯ୍ୟ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଇଛି।

0 Comments