ଵଳଙ୍ଗା, ୨୮/୨: ଵଳଙ୍ଗା ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବେ ଯୋଗଦେଇ ଥିବା ଥାନା ଅଧିକାରୀଣି ସସ୍ମିତା ସାହୁଙ୍କ ସଭାପତିତ୍ବରେ ସଭା ପରିଚାଳନା କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପିପିଲି ଥାନା ଡି ଏସ ପି ଦେବାଶିଷ ମିଶ୍ର ଯୋଗଦେଇ ଥିଲେ। ଜନସାଧାରଣଙ୍କ ପାଖକୁ ଯାଇ ସେମାନଙ୍କର ସୁବିଧା ଅସୁବିଧା ବୁଝିବା ସହ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଲୋକଙ୍କ ନୀକଟତର ହୋଇ କାମ କରିବା ପାଇଁ କହିଥିଲେ। ଯେମିତି ଲୋକମାନେ ପୋଲିସର ନିକଟତର ହୋଇ ନିର୍ଭୟରେ କାର୍ଯ୍ୟ କରିପାରିବେ ଆମ ପୋଲିସ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମିଶ୍ର ଯୋଗଦେଇ ସୂଚନା ଦେଇଛନ୍ତି। ଵଳଙ୍ଗା ବଜାରରେ ଟ୍ରାଫିକ ସମସ୍ୟା, ବେଆଇନ ନିଶା କାରବାର, ମନ୍ଦିର ଚୋରି ରୋକିବା ଦିଗରେ ପ୍ରାଥମିକତା ରହିବ ବୋଲି କହିବା ସହ ଵଳଙ୍ଗା ଅଞ୍ଚଳର ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ।ଏସ ଆଇ ସସ୍ମିତା ବେହେରା, ଶୁଭ ଲକ୍ଷ୍ମୀ ପଟ୍ଟନାୟକ ସମେତ ଶାଇସାଶାସନ ପଞ୍ଚାୟତ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ସମାଜସେବୀ ଗଙ୍ଗାଧର ଜେନା, ସମିତି ସଭ୍ୟ ସନ୍ତୋଷ ସାହୁ,ସମାଜସେବୀ କୃପାସିନ୍ଧୁ ଦତ୍ତଙ୍କ ସମେତ ଅଞ୍ଚଳର ଖଵରଦାତା, ବୁଦ୍ଧିଜୀବୀ ଓ ଶିକ୍ଷାବିତ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ।

0 Comments