ନିମାପଡ଼ା, ୦୫/୦୨: ନିମାପଡ଼ା ବ୍ଲକ ଶିକ୍ଷା ଅଧିକାରୀ ନିୟନ୍ତ୍ରଣାଧୀନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ ସରକାରୀ ପ୍ରାକ୍ଟିସିଂ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିର୍ମଳ କୁମାର ମିଶ୍ରଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆଜି ବୁଧବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ୨୮ ବର୍ଷ ଶିକ୍ଷକତା କରି ସେ ଅନେକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିଛନ୍ତି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ବହୁ ଛାତ୍ରଛାତ୍ରୀ ଓଡ଼ିଶା ତଥା ଓଡ଼ିଶା ବାହାରେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ବିଦ୍ୟାଳୟ ଏବଂ ନିମାପଡ଼ାକୁ ଗୌରବାନ୍ଵିତ କରିଛନ୍ତି। ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଯୁଗ୍ମ ନିର୍ଦ୍ଦେଶକ ,ଓସେପା ହିମାଂଶୁ ଭୁଷଣ ସମରଥ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ତାଙ୍କ ବକ୍ତବ୍ୟରେ ଶିକ୍ଷା ଦାନ ଏକ ମତଦାନ ବୋଲି କହିଵା ସହିତ ଜଣେ ଶିକ୍ଷକ ସର୍ବୋଚ୍ଚ ସମ୍ମାନର ଅଧିକାରୀ ବୋଲି ମତବ୍ୟକ୍ତ କରିଥିଲେ। ମୂଖ୍ୟ ବକ୍ତା ଭାବେ ନିମାପଡ଼ା ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁ, ନିମାପଡ଼ା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନନ୍ଦିତା ସାହୁ, ପୁର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ସ୍ବାଇଁ, ଅତିରିକ୍ତ ଶିକ୍ଷା ଅଧିକାରୀ ସୁଦର୍ଶନ ଭୋଇ,ଅଭୟ କୁମାର ବେହେରା, ପୁଷ୍ପମିତ୍ରା ମିଶ୍ର,ଗୀତାଞ୍ଜଳି ନାୟକ , ଅବସରପ୍ରାପ୍ତ ସହ ମଣ୍ଡଳ ଶିକ୍ଷା ଅଧିକାରୀ ସିମାନ୍ତ ଶେଖର ରଥ,ବିଦ୍ୟାଳୟ କମିଟିର ସଭାପତି ସୁଭଶ୍ରୀ ବରାଳ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଶିକ୍ଷା ଦାନ ଓ କ୍ରୀଡ଼ାରେ ବିଦ୍ୟାଳୟକୁ ସବୁବେଳେ ଆଗରେ ଥିବାବେଳେ ବିଦ୍ୟାଳୟ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ଓ ପରିଚାଳନା ପରିଷଦ ପକ୍ଷରୁ ଉପଢୌକନ ସହ ଶ୍ରୀ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ତ୍ରିଲୋଚନ କର ଧନ୍ୟବାଦ ଅର୍ପଣ କରିଥିଲା ବେଳେ କ୍ଷଣପ୍ରଭା ପାତ୍ର , ମାହେଶ୍ୱରୀ ଦାଶ ,ତ୍ରୈଲିପ୍ତା ଦାଶ, ସ୍ନେହଲତା ସ୍ବାଇଁ ସମସ୍ତ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ।

0 Comments