ଏକ ତରଫା ପ୍ରେମକୁ କେନ୍ଦ୍ର କରି ନାବାଳିକାକୁ ଆକ୍ରମଣ

 


ବଳଙ୍ଗା, ୦୩/୦୨:  ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୧୭ବର୍ଷିୟା ନାବାଳୀକାକୁ ଏକ ତରଫା ପ୍ରେମକୁ କେନ୍ଦ୍ରକରି ମାଡ ମାରିବା ସହ ନାବାଳିକାର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବଳଙ୍ଗା ପୁଲିସ ପକ୍ଷରୁ ତଦନ୍ତ ଜାରିରହିଛି । ସୁଚନା ମୁତାବକ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଏକ ତରଫା ପ୍ରେମ କରିଆସୁଥିଲା ବେଳେ ନାବାଳିକାର ଫୋନରେ ଜୋରଜଦର ଦସ୍ତ ବିବାହ କରିବା ପାଇଁ କହୁଥିଲା । ନାବାଳିକା ଜଣକ ମନା କରିବାରୁ ଯୁବକ ଜଣକ ନାବାଳିକାର ଫଟୋକୁ ନିଜ ଫୋଟକୁ ଅଶ୍ଳୀଳ ଭାବେ ଏଡିଟିଂ କରି ବିବାହ ନକଲେ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲା । ଗତ ସୋମବାର ଦିନ ନାବାଳିକା ଜଣକ ତାଙ୍କ ସାଙ୍ଗ ମାନଙ୍କ ସହ ସାଇକେଲ ଯୋଗେ ଗ୍ରାମରାସ୍ତାରେ ଯାଇଥିବା ସମୟରେ ଯୁବକ ଜଣକ ଏକ ବାଇକରେ ଆସି ନାବାଳିକାକୁ ଓଗାଳି ତା ସହିତ ଯିବା ପାଇଁ ବାଧ୍ୟ କରିଥିଲା ନାବାଳିକା ଜଣକ ପ୍ରତିବାଦ କରିବାରୁ ଯୁବକ ଜଣକ ନାବାଳିକାକୁ ମାଡ ମାରିବା ସହ ନାବାଳିକାର ଫୋନକୁ ନେଇଯାଇଥିଲା ବୋଲି ନାବାଳିକାର ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ।

Post a Comment

0 Comments