ନିମାପଡ଼ା ଉଚ୍ଚବିଦ୍ୟାଳୟ ୨୦୦୩ ମାଟ୍ରିକ ବ୍ୟାଚର ବନ୍ଧୁମିଳନ



ନିମାପଡ଼ା, ୨୩/୦୨: ନିମାପଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୨୦୦୩ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ମଧ୍ୟାହ୍ନରେ ଦିଘାଳୋସ୍ଥିତ ମନସା ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇ ଯାଇଛି। ଦୀର୍ଘ ୨୩ବର୍ଷ ପରେ ପ୍ରଥମକରି ଆୟୋଜିତ ହୋଇଥ‌ିବା ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରାୟ ୭୦ଜଣ ଛାତ୍ର ଯୋଗ ଦେଇଥିଲେ। ଏତେଦିନର ବ୍ୟବଧାନ ପରେ ଏଭଳି ଏକ ଅବସରରେ ଏକାଠି ହେବାର ସୁଯୋଗ ମିଳିଥିବାରୁ ଛାତ୍ରମାନଙ୍କ ମଧ୍ୟରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଛାତ୍ର ଜୀବନର ସ୍ମୃତି ଆଦାନ ପ୍ରଦାନ ସହ ପରସ୍ପର ପ୍ରତି ଭଲପାଇବା, ବନ୍ଧୁତା ଓ ସମ୍ବେଦନଶୀଳତା ବଜାୟ ରଖୁବା ନେଇ ଛାତ୍ରମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଛାତ୍ରମାନେ ପିଲାଦିନର ସ୍କୁଲ ଜୀବନର ସ୍ମୃତିକୁ ରୋମନ୍ଥନ କରି ବେଶ ଭାବପ୍ରବଣ ହୋଇ ପଡ଼ିଥିଲେ। ନିଜ କର୍ମମୟ ଜୀବନରୁ କିଛି ସମୟ ବାହାର କରି ସମାଜସେବା,ବୃକ୍ଷରୋପଣ, ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧନା କରିବା ତଥା ଗରିବ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଆଗାମୀ ଦିନରେ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ସହପାଠୀ ବନ୍ଧୁମାନେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ବନ୍ଧୁମିଳନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଜୟ କୁମାର ପାଣି,ପ୍ରକାଶ କୁମାର ସ୍ବାଇଁ, ଆଶିଷ କୁମାର ବାରିକ,ପ୍ରଣୟ କୁମାର ଲେଙ୍କା,ବିଶ୍ବଜିତ୍ ମୁଦୁଲି,ଅଜିତ ଅମିତାଭ ମିଶ୍ର,ରାଜେଶ୍ ବାରିକ,ଅଶୋକ ସାହୁ, ମାଧବ ନାୟକ, ମୃତ୍ୟୁଞ୍ଜୟ ପଣ୍ଡା ଓ ସୌମ୍ୟ ରଞ୍ଜନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ସମସ୍ତ ସହପାଠୀ ମାନେ ମଧ୍ୟାହ୍ନ ଭୋଜନରେ ଆପାୟିତ ହୋଇ ପୁନଶ୍ଚ ଆସନ୍ତାବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ମତି ପ୍ରଦାନ କରିଥିଲେ।

Post a Comment

0 Comments