ନିମାପଡ଼ା, ୧୪/୦୨: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧିନ ଭିଲିଗ୍ରାମ ପଞ୍ଚାୟତ ଦେଉଳି ସାହିରେ ଥିବା ଏକ କବାଡ଼ିଆ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୁଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ଦେଉଳି ସାହିରେ ଶ୍ରୀନିବାସ ଦଳେଇଙ୍କର କବାଡିଆ ଗୋଦାମରେ ଆକସ୍ମିତ ଭାବେ ଗୋଦାମରେ ନିଆଁ ଲାଗି ଯାଇଥିବା ବେଳେ ଗୋଦାମରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଭୟଭୀତ ଅବସ୍ଥାରେ ସେଠାରୁ ବାହାରକୁ ପଳେଇ ଆସିଥିଲେ । ଗ୍ରାମବାସୀମାନେ ନିଆଁ କୁ ଆୟତ କରିବା ବିଫଳ ହେବାରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ତେବେ ଅଗ୍ନକାଣ୍ଡ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳ ସମ୍ପୂର୍ଣ୍ଣ ଧୂଆଁ ମୟ ହୋଇଯିବା ସହ ଆଖପାଖ ଲୋକେ ମଧ୍ୟ ଭୟଭୀତ ହୋଇଯାଇଥିଲେ।ଘଟଣା ସ୍ଥଳରେ ନିମାପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏପେଟେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଏହି ଅଗ୍ନିକାଣ୍ଡ ପାଇଁ ସରକାର ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।

0 Comments