୪୦ତମ କୋଣାର୍କ ନୃତ୍ୟ ସଙ୍ଗୀତ ଉତ୍ସବ ଉଦଘାଟିତ

କୋଣାର୍କ, ୨୦/୦୨: ଏକଦିବସୀୟ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ ଶୈଳୀରେ ପଞ୍ଚ ଦେବ ନମସ୍ତୁତେ ଓ ବେହେଲା ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତଃ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଅର୍କବିହାର ସ୍ଥିତ କୋଣାର୍କ ନାଟ୍ୟ ମଣ୍ଡପରେ ଏକ ଦିବସୀୟ ୪୦ତମ କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ବାବା ବାଲୁଙ୍କେଶ୍ୱର ନିକଟରୁ ଆଜ୍ଞାମାଳ ଆସିବା ପରେ  ଘଣ୍ଟ ମର୍ଦ୍ଦଳ ଓ ପଞ୍ଚଦେବ ନମସ୍ତୁତେ ,ନୃତ୍ୟାଳୟାର କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ଶୈଳୀରେ ଗୁରୁବନ୍ଦନା ,  ମୁମ୍ବାଇରେ ଅବସ୍ଥାପିତ ବିଶିଷ୍ଟ ବେହଲା  ବାଦକ  କୈଳାଶ ପାତ୍ରଙ୍କ ଦ୍ୱାରା ଵେହେଲା ବାଦନ , ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରଙ୍କ ଦ୍ବାରା ଓଡିଶୀ , ବାଙ୍ଗାଲୋରର କଳାକାରଙ୍କ ଦ୍ବାରା ଭାରତ ନାଟ୍ୟମ ଓ କୁଚୂପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବା ବିଶିଷ୍ଟ ସଂଗୀତଜ୍ଞ ଡଃ ବିଜୟ କୁମାର ଜେନା ,ବିଶିଷ୍ଟ  ଓଡ଼ିଶୀ ନୃତ୍ୟ ଗୁରୁ ସୁଜାତା ମହାପାତ୍ର, ନିମାପଡ଼ା ପ୍ରେସ କ୍ଲବ୍ ସଭାପତି ଅକ୍ଷୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Post a Comment

0 Comments