ବଳଙ୍ଗା, ୨୨/୦୨: ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାକୁ ବଳାକ୍ତାର ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଥିବାବେଳେ ବଳଙ୍ଗା ପୋଲିସ ଅଭିଯୋଗ ପାଇବା ପରେ ୫୫/୨୬ ରେ ଏକ ପୋସ୍କୋ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖି ଶେଷରେ ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନା ଆଇଆଇସି ସସ୍ମିତା ସାହୁ ନାବାଳକର ଘରେ ଚଢାଉ କରି ନାବାଳକ ପାଇକରାୟକୁ ଗିରଫ କରି ଡାକ୍ତରୀ ମାଇନା କରିବା ପରେ କୋର୍ଟକୁ ପଠାଇବାରେ ଜାମିନ ନାମଞ୍ଜୁର ହେବାରୁ ସଂପୃକ୍ତ ଅଭିଯୁକ୍ତକୁ ବ୍ରହ୍ମପୁର ଜୁଭେନାଇଲ କାରାଗାରକୁ ପଠାଯାଇଥିବା ବେଳେ ଅନ୍ୟପଟେ ପୁଲିସ ନାବାଳିକାର ୧୬୪ ଧାରାରେ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି। ସୁଚନା ମୁତାବକ ନାବାଳିକା ଗତ ୧୪ ତାରିଖ ସନ୍ଧ୍ୟାରେ ପ୍ରଫୁଲ୍ଲ ବାରିକଙ୍କ ଦୋକାନକୁ ରାସନ ସାମଗ୍ରୀ କିଣିବା ପାଇଁ ଯାଇଥିଲା ବେଳେ ଦୋକାନ ବନ୍ଦ ଥିବାରୁ ଘରକୁ ଫେରିବା ସମୟରେ ଦୁଇଜଣ ନାବାଳକ ପଛରୁ ଆସି ତାଙ୍କୁ ଜୋରଜବରଦସ୍ତ କୁଣ୍ଢେଇ ପକାଇ ନିକଟସ୍ଥ ଏକ ନିର୍ଜନ ସ୍ଥାନକୁ ଟାଣି ନେଇଗଲେ। ସେଠାରେ, ସେ ତାଙ୍କୁ ତଳେ ଠେଲି ଦେଇଥିଲେ ଏବଂ ମନ୍ଦ ଉଦ୍ଦେଶ୍ୟରେ ତାଙ୍କ ସହିତ ଜୋରଜବରଦସ୍ତ କରିବା ସହିତ ବଳାତ୍କାର ଉଦ୍ୟମ କରିଥିଲା । ପରିସ୍ଥିତିର ସୁଯୋଗ ନେଇ ପୀଡିତା ତାଙ୍କ କବଳରୁ ନିଜକୁ ରକ୍ଷାକରିବା ପରେ ସେଠାରୁ ତାଙ୍କ ଘରକୁ ପଳାଇ ଯାଇଥିଲେ। ତାପରେ ସେ ତାଙ୍କ ପିତାମାତାଙ୍କ ସମ୍ମୁଖରେ ଘଟଣାଟି ପ୍ରକାଶ କରିବାପରେ ପିଡିତାର ବାପା ମା ଥାନାରେ ଅଭିଯୋଗ କରିଥିଲେ।

0 Comments