ରାଜରାସ୍ତା ଉପରେ ବିଜେଡି ପକ୍ଷରୁ ଧାନ ବସ୍ତା ମୁଣ୍ଡେଇ, ହଳ ବଳଦ ଧରି ଅଭିନବ ଉପାୟରେ ବିକ୍ଷୋଭ ଓ ପ୍ରତିବାଦ ପଦଯାତ୍ରା।

 


ନିମାପଡ଼ା, ୧୮/୦୨: ବିଜେଡି ପକ୍ଷରୁ ଧାନ ଗାଡ଼ି ସାଙ୍ଗରେ ଧରି ରାଜରାସ୍ତା ଉପରେ  ଚାଷୀମାନେ ଧାନ ବସ୍ତା ମୁଣ୍ଡାଇବା ସହ ହଳ ବଳଦ ଧରି ଅଭିନବ ଉପାୟରେ ବିକ୍ଷୋଭ ଶୋଭାଯାତ୍ରା।ସରକାରଙ୍କ ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ପ୍ରତିଶୃତି ଖିଲାପ ପ୍ରତିବାଦରେ ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟ ନେତୃତ୍ୱରେ ନିମାପଡ଼ା ଠାରେ ଜିଲ୍ଲା ସ୍ତରୀୟ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ବିଶାଳ ଶୋଭାଯାତ୍ରାଟି ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ଜୟଶ୍ରୀ ଛକ, ପୁରୁଣା ବସଷ୍ଟାଣ୍ଡ ଓ ଦୋଳବେଦୀ ଛକଦେଇ ବଡ଼ବଜାର  ପରିକ୍ରମା କରି ତହସିଲ ଅଫିସ ନିକଟରେ ପହଞ୍ଚି  ସେଠାରେ ରାଜ୍ୟପାଳ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ଟାଉନହଲ ଠାରେ ବିଶାଳ ପ୍ରତିବାଦ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଥିଲା।ଶୋଭାଯାତ୍ରାରେ ଉପସ୍ଥିତ ଥିଲେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଉପସଭାପତି ସଞ୍ଜୟ ଦାସ ବର୍ମା,ପୂର୍ବତନ ବିଧାୟକ ରୁଦ୍ର ମହାରଥୀ,ରାଜ୍ୟସଭା ସାଂସଦ ଶୁବାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୃଷାର କାନ୍ତି ବେହେରା,ପୁରୀ ବିଧାୟକ ସୁନିଲ୍ ମହାନ୍ତି,ପୁରୀ ଜିଲ୍ଲା ମହିଳା ସଭାନେତ୍ରୀ କସ୍ତୁରୀ ବାଳା ସ୍ୱାଇଁ , ନିମାପଡ଼ା ନିର୍ବାଚନ ମଣ୍ଡଳୀର ସଂଗଠକ ସୁବ୍ରତ ଛାଟୋଇ,ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ , ବିଜେଡିର ବରିଷ୍ଠ ନେତା ସତ୍ୟବାଦୀ ମହାପାତ୍ର, ଦିଲ୍ଲୀପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଆଜିର ଏହି ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରାରେ  ୨ହଜାରରୁ ଉର୍ଦ୍ଧ୍ୱ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହ ଶତାଧିକ ଚାଷୀ ଓ ଜିଲ୍ଲା ଓ ରାଜ୍ୟ ନେତୃ ମଣ୍ଡଳୀର ବରିଷ୍ଠ ନେତୃତ୍ୱମାନେ ଉପସ୍ଥିତ ଥିଲେ।ଶେଷରେ ବିଜେଡିର ବରିଷ୍ଠ ନେତା ମାନସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments