ନିମାପଡ଼ା, ୧୬/୦୨: ନିମାପଡ଼ା ବ୍ଲକ ଅନ୍ତର୍ଗତ କୁଶଭଦ୍ରା ନଦୀ ବନ୍ଦରେ ଗତକାଲି ବିଳମ୍ବିତ ରାତିରେ ତିନି ଜଣ ସାଙ୍ଗ ନିମାପଡ଼ାରୁ ଇଶାଣେଶ୍ବର ମହାଦେବ ମନ୍ଦିର ଦର୍ଶନ କରିବା ପାଇଁ ଯାଉଥିବା ବେଳେ ଡେଣୁଅଁ ପାଖରେ ଥିବା ଫାର୍ମ ହାଉସ ନିକଟରେ ଭାରସାମ୍ୟ ହରାଇ ନଦୀ ବନ୍ଦ ତଳକୁ ଖସି ପଡିଥିଲେ। ଗୁରୁତ୍ୱର ଅବସ୍ଥାରେ ତିନିଜଣଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୂବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ବାଇକି ଚାଳକର ମୃତ୍ୟୁ ଘଟିଛି। ଅଞ୍ଚଳରେ ସୋକର ଛାୟା ଖେଳିଯାଇଛି।ସୁଚନା ମୁତାବକ ନିମାପଡ଼ା ବ୍ଲକ ଅନ୍ତର୍ଗତ ଡେଣୁଅ ପଞ୍ଚାୟତ ଛେନୁଅ ଗ୍ରାମର ଲକ୍ଷ୍ମଣ ମହାରଣା (୨୧), ଓମ୍ ପ୍ରକାଶ ସ୍ବାଇଁ (୧୬), ଗଣେଶ ସାହୁ (୧୮) ତିନି ଜଣ ସାଙ୍ଗ ଜାଗରରେ ଇଶାଣେଶ୍ବର ମହାଦେବ ମନ୍ଦିରକୁ ଦର୍ଶନ କରିବା ପାଇଁ ରାତ୍ର ୧୦ଟା ରାତିରେ ନିମାପଡ଼ାରୁ ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ଡେଣୁଅଁ ପାଖରେ ଥିବା ଫାର୍ମ ହାଉସ ନିକଟରେ ବିଧିର ବିଧାନ କିକରିବ ଆନ ମୃତ୍ୟୁ ଅପେକ୍ଷା କରିଥିଲା ଗାଡ଼ିଟି ଭାରସାମ୍ୟ ହରାଇ ନଦୀ ବନ୍ଦ ତଳକୁ ତିନି ସାଙ୍ଗ ଗାଡିସହ ଖସି ପଡିଥିଲେ।ଚିତିକାର ଶୁଣି ସ୍ଥାନୀୟ ଲୋକମାନେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ବେଳେ ଲକ୍ଷ୍ମଣ ମହାରଣାଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ଥିବାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ପହଞ୍ଚିବା ପରେ ଡାକ୍ତର ଲକ୍ଷ୍ମଣଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ଅଞ୍ଚଳରେ ପ୍ରସାର ହେବାରେ ଅଞ୍ଚଳ ଶୋକରେ ଛାୟା ଖେଳିଯାଇଛି।

0 Comments