୧୧ତମ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ମିଶନ ଟାଇଗର, ବାଲେଶ୍ଵର ଫାଇନାଲରେ

 


ନିମାପଡ଼ା, ୦୩/୦୨: ନିମାପଡ଼ା ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ସ୍ଥାନୀୟ ବାରବାଟୀ ଗ୍ରାଉଣ୍ଡରେ  ୧୧ତମ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନରେ ପ୍ରଥମ ସେମିଫାଇନାଲ ମ୍ୟାଚରେ ମା ଭୁଆସୁଣୀ କ୍ଲବ୍,କଟକ ସହିତ ମିଶନ ଟାଇଗର, ବାଲେଶ୍ଵର  ମ୍ୟାଚ୍ ମଧ୍ୟରେ ଅନୁଷ୍ଠିତ ହୋଇଛି। ଆଜିର ମ୍ୟାଚ୍ ରେ ମିଶନ ଟାଇଗର, ବାଲେଶ୍ଵର ୧-୦ ଗୋଲରେ  ମା ଭୁଆସୁଣୀ କ୍ଲବ୍, ବିଡାନାସୀ କଟକକୁ ହରାଇ ଫାଇନାଲକୁ ପହଞ୍ଚିଛନ୍ତି।ଖେଳକୁ ପରିଚାଳନା କରିଥିଲେ ସେଖଓ୍ବାତ ଖାନ୍, ବିଦେଶୀ ନାୟକ,ପ୍ରଫୁଲ୍ଲ ବେହେରା, ଆଶିଷ ଆଶୁତୋଷ ସାହୁ। ଏହି ଅବସରରେ ଆଥ୍‌ଲେଟିକ ଆସୋସିଏଶନର ସଭାପତି ସମୀର ରଞ୍ଜନ ଦାଶଙ୍କ ସଭାପତିତ୍ବରେ ଅତିଥି ରୁପେ ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷ ଏସ ଏମ୍ ହବ, ପ୍ରଶାନ୍ତ କୁମାର ସାହୁ, ପବିତ୍ର ମୋହନ ବରାଳ,ସମ୍ପାଦକ ଜୀବନାନନ୍ଦ ମହାପାତ୍ର,ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ଵାରା ମ୍ୟାନଅଫ୍ ଦି ମ୍ୟାଚ ବିବେଚିତ ତନୁ ମହାନ୍ତିକୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ,କାର୍ଯ୍ୟକାରୀ ସଭାପତି ଧୀରେନ ବରାଳ,ଫୁଟ୍‌ବଲ ସମ୍ପାଦକ ପ୍ରକାଶ ବରାଳ, ଫୁଟବଲ୍ ଖେଳର ପରିଚାଳକ ବିଶ୍ବଜିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।ଆସନ୍ତାକାଲିର କେରଙ୍ଗ ଇଲେଭେନ , ଖୋର୍ଦ୍ଧା ସହିତ ନିମାପଡ଼ା ଆଥେଲେଟିକ୍ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହେବ।

Post a Comment

0 Comments