ନିମାପଡ଼ା, ୧୪/୦୨: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ନିମାପଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ୧୧କୋଟିରୁ ଉର୍ଦ୍ଧ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ତଳଅଣ୍ଡିଆ ଠାରେ ଓଡ଼ିଶା ସରକାର ପର୍ଯ୍ୟଟନ ବିଭାଗ ପକ୍ଷରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "୮ କୋଟି ୯୪ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ନିମାପଡ଼ା ଦେଇ କୋଣାର୍କ ଯିବାଆସିବା କରୁଥିବା ପର୍ଯ୍ୟଟକଙ୍କୁ ବିଶେଷ କରି ମହିଳାମାନଙ୍କୁ ବେଶ ସହାୟକ ହେବ । ଏଠାରେ ଇ-ଭେଇକିଲ ଚାର୍ଜିଂ ସୁବିଧା, ମାର୍ଟ ଏବଂ ଛୋଟ ଛୋଟ ଦୋକାନ ସହ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ସୁବିଧା ରହିବ । ଭବିଷ୍ୟତରେ ଏହି ସୁବିଧା କେନ୍ଦ୍ର ନିକଟରେ ଏକ ଗେଟ୍ ମଧ୍ୟ ନିର୍ମାଣ କରାଯିବ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ନିମାପଡ଼ା ବିକାଶର ଭିତ୍ତିପ୍ରସ୍ତର ପରେ ଦିର୍ଘଦିନ ଧରି କାମ ହୋଇନଥିବା ମିଟେଇପୁର ପଞ୍ଚାୟତ ଅଧୀନ ରଙ୍ଗମଠ ମାଇନର କେନାଲ ଡାହାଣ ପାର୍ଶ୍ଵ ବନ୍ଦ ରାସ୍ତାର ମେଣ୍ଟାଲ ମୋରମ ଓ ସାତପୁରୀ ସବ ମାଇନର କେନାଲର ଗାର୍ଡ଼ ଓ୍ବାଲ ନିର୍ମାଣ ଓ ରଙ୍ଗମଠ ଠାରେ କୁଶଭଦ୍ରା ବାମ ପାଶ୍ୱର୍ରେ ଉନ୍ନତି କରଣ ସି ସି ବ୍ଲକ ଯାହାର ତିନୋଟି ରାସ୍ତାର ମୋଟ ଆନୁମାନିକ ମୁଲ୍ୟ ୩୨ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ପରେ ଚଅଁରପଦା ମାଇନର କେନାଲର ଦକ୍ଷିଣ ପାର୍ଶ୍ୱ ବନ୍ଦର ଉନ୍ନତି କରଣ ମେଣ୍ଟାଲ ମୋରମ ରାସ୍ତା ଉପକୃତ ହେବେ କୋଳି ପୋଖରୀ,ଭାଟବନ୍ଦ ଧମନ୍ତିରା ଏହି ପ୍ରକଳ୍ପ ପାଇଁ ୧ କୋଟିରୁ ଉର୍ଦ୍ଧ୍ବ ଏବଂ ଚଅଁରପଦା ଗ୍ରାମପଞ୍ଚାୟତର ହସପଡା ଉପ-ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣର ୪୬ ଲକ୍ଷ ଟଙ୍କାର ଉପମୁଖ୍ୟ ମନ୍ତ୍ରୀ ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡା ତହସିଲଦାର ମନୋଜ କୁମାର ପ୍ରଧାନ, ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀ, ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରୀତମ ଚେତନ ପୋଥାଲ, ପର୍ଯ୍ୟଟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁନିଲ୍ କୁମାର ବେହେରା, ସହକାରୀ ନିର୍ବାହୀ ଅଧିକାରୀ ପ୍ରସାନ୍ତ କୁମାର ଜେନା, ଯନ୍ତ୍ରୀ ରାକେଶ ଧଡ଼,ଧନୁଆ ମଣ୍ଡଳ ସଭାପତି ସନ୍ତୋଷ ପାରିଡା,କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ,ସାଂସଦ ପ୍ରତିନିଧି ମୀନଲତା ମହାନ୍ତି, ସମାଜସେବୀ ଯଚିନ୍ଦ୍ର ସ୍ବାଇଁ, ସାଇପ୍ରୀତମ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0 Comments