ଵଳଙ୍ଗା ଅଞ୍ଚଳରେ ଜାଗରଯାତ୍ରା ମହାସମାରୋହରେ ପାଳିତ।

 


ବଳଙ୍ଗା,୧୫/୦୨: ବଳଙ୍ଗା ଓ ଏହାର ଆଖପାଖ ଅଞ୍ଚଳରେ ଯଥା କୋଠକୁସାଙ୍ଗ ନୀଳକଣ୍ଠେଶ୍ଵର ମନ୍ଦିର, ବଳଙ୍ଗାର ବକ୍ରେଶ୍ବର ମହାଦେବ, ,ନୁଆସନ୍ଥ ଗତେଶ୍ବର ମହାଦେବ , ଚକ୍ରକୁଦର ଲୋକନାଥ ମନ୍ଦିର,ଅଲାରପୁର ହରଦୁର୍ଗା ମନ୍ଦିର, କୋକିନ୍ଦା ମହାଦେବ  ପ୍ରଭୁତି ଗ୍ରାମମାନଙ୍କରେ ଶୈବପୀଠରେ ଜାଗର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ପ୍ରତ୍ୟୁଶରୁ ହଜାର ହଜାର ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା ବେଳେ କାଷ୍ଠାଉପବାଶ କରିଥିବା ଶ୍ରଦ୍ଧାଳୁମାନେ ମନ୍ଦିରରେ ଦିପ ଜାଳି ଛନ୍ତି। ବିଳମ୍ବିତ ରାତ୍ରରେ ମହାଦୀପ ଉଠିଥିଲା ବେଳେ ଏହାକୁ ଦେଖିବାକୁ ପ୍ରତ୍ୟେକ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନେ ଭିଡ ଜମାଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ବଳଙ୍ଗା ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା।

Post a Comment

0 Comments