୧୯୯୪ ବ୍ୟାଚର ବନ୍ଧୁମିଳନ

  


ବଳଙ୍ଗା,୧୦/୦୨: ତରବୋଇ ଶାସନ ଲକ୍ଷ୍ମୀନୃସିଂହସରକାରି ଉଚ୍ଚ ବିଦ୍ୟାଳୟରେ୧୯୯୪ ବ୍ୟାଚର  ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।ବନ୍ଧୁତା ଏମିତି ଏକ ଶବ୍ଦ ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲମ୍ବିଥାଏ।୧୯୯୪ ମସିହାର ତରବୋଇ ଶାସନ ଲକ୍ଷ୍ମୀନୃସିଂହସରକାରି ଉଚ୍ଚ ବିଦ୍ୟାଳୟରେ  ପାଠ ପଢଥିବା ଛାତ୍ର ବନ୍ଧୁମିଳନ ଉତ୍ସବ ବେରବୋଇ ମହାବିର ମନ୍ଦିର ପରିସରରେ ସୋମବାର ଦିନ ସ୍ଥାୟୀ ସଭାପତି ଶ୍ରୀନିବାସ ବରାଳଙ୍କ  ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ପୁର୍ବତନ ପ୍ରଧାନ ଶିକ୍ଷକ ଦିବ୍ୟସିଂହ ପ୍ରଧାନ, ଶିକ୍ଷକ ଲୋକନାଥ ଦାଶ, ପଣ୍ଡିତ ସୁବାଷ ଦାଶ, ରଶ୍ମିରଞ୍ଜନ ମହାନ୍ତି,ଶୁରେଶ ବିହାରୀ, ବିମ୍ବାଧର ବେହେରା, ବ୍ରଜ ବିହାରୀ ମିଶ୍ର ,ସେକ ନଜିମ୍ ଉଦିନ ଖାନ୍ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ପ୍ରାରମ୍ବରେ ସହପାଠୀ ହଳଧର ବେହେରାଙ୍କ ସ୍ବର୍ଗତ ଆତ୍ମାର ସଦଗତି କାମନା ପାଇଁ ୨ ମିନିଟ ନିରବପ୍ରାର୍ଥନା କରାଯାଇଥିଲା। ତାପରେ ସମ୍ପାଦକ ଶୁରେନ୍ଦ୍ର ବିଶ୍ବାଳ, ବାର୍ଷିକ ବିବରଣୀ ପାଠ କରିଥିଲେ। ପରିବେଶ ସୁରକ୍ଷା ନିମନ୍ତେ ପ୍ରତିବର୍ଷ କିଛି ବୃକ୍ଷ ରୋପଣ କରିବା। ଭ୍ରାମ୍ୟମାଣ ଗ୍ରାମର ସଫେଇ ଓ କିଛି ଗରିବ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସାହାଯ୍ୟ କରିବା ସହିତ ପାଠ୍ୟ ଉପକରଣ ଯୋଗାଇଦେବା ପାଇଁ ସପଥ ନେଇଥିଲା ବେଳେ ଆଜି ସକାଳେ ସମସ୍ତ ବନ୍ଧୁମାନେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ  ସଦାଶିବ ବରାଳ, ରତିକାନ୍ତ ପରିଡା, ସନ୍ତୋଷ ପରିଡା,ବିଜୟ ମହାପାତ୍ର ,ଭକ୍ତବନ୍ଦୁ ସାହୁ, ଚିନ୍ମୟୀ ମିଶ୍ର, ପ୍ରଭାସିନୀ ଖଟୁଆ,ମିଟୁ ବେହେରା, ସରୋଜିନୀ ଲେଙ୍କା ପ୍ରଭୁତି ୬୦ରୁ ଉର୍ଦ୍ଧ ବନ୍ଦୁ ଏକତ୍ରିତ ହୋଇଥିଲେ। ଏହି ଉତ୍ସବରେ କାଶିଆ ଗ୍ରାମର ଦର୍ପଣୀ ଗୋଛାୟତ ବୃଦ୍ଧା ମହିଳାଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରିବାସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା ଏବଂ ଏହି ବିଦ୍ୟାଳୟରେ ଦଶମ ପରିକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଏବଂ ଅର୍ଥରାଶି ପ୍ରଧାନ କରାଯାଇଥିଲା।

Post a Comment

0 Comments