ଵଳଙ୍ଗା, ୦୧/୦୨: ଆଜି ଵଳଙ୍ଗା ଗ୍ରାମରେ ଥିବା ପତିତପାବନ ମନ୍ଦିର ପ୍ରାଙ୍ଗଣରେ ମା ଲଙ୍କେଶ୍ଵରୀ ଵରିଷ୍ଠ ନାଗରିକ ମଞ୍ଚର ପରିଚୟପତ୍ର ବଣ୍ଟନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଗରିକ ମଞ୍ଚର ସ୍ଥାୟୀ ସଭାପତି ଶଙ୍କର ବିଶ୍ଵାଳଙ୍କ ପୈରୋହିତରେ ମୁଖ୍ୟ ଅତିଥି ଭାବେ ଵଳଙ୍ଗା ଥାନାର ଏସ ଆଇ ସସ୍ମିତା ବେହେରା, ମୁଖ୍ୟ ବକ୍ତା ଭାବେ ଶାଇଁସଶାସନ ପଞ୍ଚାୟତ ସରପଞ୍ଚ ତଥା ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ଵଳଙ୍ଗା ସରପଞ୍ଚ ଅଞ୍ଜଳି ପ୍ରଧାନ ସମାଜସେବୀ ରତ୍ନାକର ଆଚାର୍ଯ୍ୟ ଯୋଗ ଦେଇଥିଲେ। ବକ୍ତାମାନେ ସମାଜରେ ବରିଷ୍ଠ ନାଗରିକ ମାନଙ୍କୁ ରାଜ୍ୟ ସରକାରଙ୍କ ସାହାଯ୍ୟ ଓ ସହଯୋଗ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ। ଏଥିରେ ନୂତନ ଭାବେ ୩୨ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ନାଗରିକ ମଞ୍ଚର ସାଧାରଣ ସଂପାଦକ ବାବାଜୀ ଦେଓ, ସମ୍ପାଦକ ସୁରେନ୍ଦ୍ର ନାଥ ପଣ୍ଡା, କୋଷାଧ୍ୟକ୍ଷ ସୁଧାଂଶୁ ମୋହନ ଲେଙ୍କା,ଵାନାମ୍ବର ବେହେରା, ଗୋବିନ୍ଦ ଚନ୍ଦ୍ର ମିଶ୍ର, ଜୟନାରାୟଣ ଦାଶ,ସଗନ ବିହାରୀ ଦାଶ ପ୍ରଭୃତି ସଦସ୍ୟ ମାନେ ପରିଚାଳନା କରିଥିଲେ।

0 Comments