୧୧ତମ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ରେ ମା" ଭୁଆସୁଣୀ କ୍ଲବ୍,କଟକ ସେମିଫାଇନାଲରେ।

ନିମାପଡ଼ା, ୦୧/୦୨: ନିମାପଡ଼ା ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ସ୍ଥାନୀୟ ବାରବାଟୀ ଗ୍ରାଉଣ୍ଡରେ  ୧୧ତମ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଆଜିର ମ୍ୟାଚରେ ଫ୍ରେଣ୍ଡ୍ ସେ ପାରାଡାଇଜି "ଜଟଣୀ" ଓ ମା ଭୁଆସୁଣୀ କ୍ଲବ୍ କଟକ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏହି ଉଦଘାଟନୀ ମ୍ୟାଚ୍  ରେ ମା ଭୁଆସୁଣୀ କ୍ଲବ୍,କଟକ ୧-୦ ଗୋଲରେ ଫ୍ରେଣ୍ଡ୍ ସେ ପାରାଡାଇଜି, ଜଟଣୀକୁ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି ।ଖେଳକୁ ପରିଚାଳନା କରିଥିଲେ ବିଜୟ ମଙ୍ଗରାଜ, ପ୍ରଫୁଲ୍ଲ ବେହେରା,ଗିରିଶି କୁମାର ଜାନି, ଶୁଶାନ୍ତ କୁମାର ରାଉତରାୟ  । ଏହି ଅବସରରେ  ଆଥ୍‌ଲେଟିକ ଆସୋସିଏଶନର ସଭାପତି ସମୀର ରଞ୍ଜନ ଦାଶଙ୍କ ସଭାପତିତ୍ବରେ ଅତିଥି ରୂପେ ନିମାପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନନ୍ଦିତା ସାହୁ,ପତିତପାବନ ସେବା ସଂଘ ର ସମ୍ପାଦକ ଅଧ୍ୟାପକ ଜଗତ ପ୍ରସାଦ ସବୁତ, ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖୋଟଇ, ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ,କାର୍ଯ୍ୟକାରୀ ସଭାପତି ଧୀରେନ ବରାଳ, ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଫୁଟ୍‌ବଲ ସମ୍ପାଦକ ପ୍ରକାଶ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ଵାରା ଶ୍ରେଷ୍ଠ ଖେଳାଳି ସାହେବ ରାଉତଙ୍କୁ ପୁରସ୍କୃତ କରାଯାଇଥିଲା।ଆସନ୍ତାକାଲିର ମ୍ୟାଚ ଗଣ୍ଡରପୁରୁ ଫୁଟୁବଲ କ୍ଲବ୍, ଭୁବନେଶ୍ୱର ସହିତ ମିଶନ ଟାଇଗର, ବାଲେଶ୍ଵର ମଧ୍ୟରେ ଅନୁଷ୍ଠିତ ହେବ

Post a Comment

0 Comments