ନୂଆଦିଲ୍ଲୀ, ୦୨/୦୧ : ଏଟିଏମରେ ଆଉ ରହିବନି ୫୦୦ ଟଙ୍କିଆ ନୋଟ୍ । ମାର୍ଚ୍ଚ ମାସରୁ ଆଉ ଦେଖିବାକୁ ମିଳିବନି ୫ ଶହ ଟଙ୍କିଆ ନୋଟ୍ । ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
PIB ଫ୍ୟାକ୍ଟ ଚେକ୍ ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ଦର୍ଶାଉଛି । ସେପଟେ ସରକାରୀ ଫ୍ୟାକ୍ଟ ଚେକିଂ ଓ୍ବିଙ୍ଗ୍ ମଧ୍ୟ ଏହି ଖବରକୁ ମିଥ୍ୟା ବୋଲି କହିଛି । RBI ପକ୍ଷରୁ ବିମୁଦ୍ରିକରଣ ସମ୍ପର୍କରେ ମଧ୍ୟ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । RBI ଏଯାବତ ଏନେଇ କୌଣସି ସଙ୍କେତ ଦେଇନାହିଁ । ଏମିତିକି ବିମୁଦ୍ରିକରଣ କରାଯିବା ନେଇ ମଧ୍ୟ କୌଣସି ସରକାରୀ ତଥ୍ୟ ପ୍ରଦାନ କରାଯାଇନାହିଁ । କିନ୍ତୁ ସୋସିଆଲ ମିଡିଆରେ ଏଭଳି ଏକ ଗୁଜବ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଲୋକେ ବହୁ ଚିନ୍ତିତ ରହିଥିବା ମଧ୍ୟ ଦେକିବାକୁ ମିଳିଛି । ତେବେ ସବୁବେଳେ RBI ନୋଟ ଉପରେ ଦେଉଥିବା ତଥ୍ୟକୁ ବିଶ୍ବାସ କରନ୍ତୁ। ଏଭଳି ଗୁଜବ ପ୍ରଚାର କରୁଥିବା ଲୋକଙ୍କ କଥାକୁ କେବେ ମଧ୍ୟ ବିଶ୍ବାସ କରନ୍ତୁ ନାହିଁ ।

0 Comments