ନାଁ ବାଳିକା ଅପହରଣର ୭ଦିନ ପରେ ମଧ୍ୟ ଅଭିଯୁକ୍ତର ଟେର ପାଉନି ପୋଲିସ।

ନିମାପଡ଼ା,୦୫/୦୧:  ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ  ନାଁ ବାଳିକା ଝିଅକୁ ଅପହରଣ ଅଭଯୋଗର ୭ଦିନ ପରେ ମଧ୍ୟ ଅଭିଯୁକ୍ତ ୟାସିନ୍ ର ଟେର ପାଉନି ପୋଲିସ।ଗତ କାଲି ନାଁ ବାଳିକାଙ୍କ ମା ଆଉ ବାପା ଦୀର୍ଘ ସମୟ ଧରି ଥାନା ଆଗରେ ନ୍ୟାୟଦାବିରେ ବସିରହିଥିବା ବେଳେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ନିମାପଡ଼ା ଥାନା ଆଗରେ ଧାରଣା ଦିଆ ଯାଇଥିବା ଦେଖିବାକୁ ମିଳିଛି।ଏପଟେ ଆଜି ପୋଲିସ ନାଁ ବାଳିକା ଝିଅକୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ୟାସିନ୍ ହୁସେନ (୨୩)କୁ ଛାଡ଼ିଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ।ଅନ୍ୟପଟେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ପୋଲିସ ଏହି ଘଟଣାକୁ ନେଇ ୩୬୫/୨୫ରେ ଏକ ଅପହରଣ ମାମଲା ରୁଜୁ କରି ସଂପୂଣ୍ଣ ଚୁପ୍ ଥିବା ଦେଖିବାକୁ ମିଳିଛି।ଏପଟେ  ପୋଲିସ ପକ୍ଷରୁ ଖୁବ୍ ଶୀଘ୍ର ଅଭିଯୁକ୍ତ ଗିରଫ  ନକରିଲେ ନାବାଳିକାଙ୍କ ପରିବାର ସମେତ ଗ୍ରାମର ସଭାପତି ବିଚିତ୍ରାନନ୍ଦ ବାଘ,ଅଜୟ ଜେନା, ଦିଲ୍ଲୀପ କୁମାର ବେହେରା, ମନୋରଞ୍ଜନ ବାଘ, ଜୟନ୍ତ ବାଘ,ଛବିନ୍ଦ୍ର ବାଘ ପ୍ରମୁଖ ଗ୍ରାମବାସୀ ଓ ବିଶ୍ବହିନ୍ଦୁ ପରିଷଦର ସଭାପତି ଶ୍ରୀକାନ୍ତ ଶେଖର ରଥ, କାର୍ଯ୍ୟକର୍ତ୍ତା ରଞ୍ଜନ କୁମାର ନାୟକ,ବଜରଙ୍ଗୀ ଦଳର କାର୍ଯ୍ୟକର୍ତ୍ତା ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଥାନା ଆଗରେ ଧାରଣା ଦେଇଛନ୍ତି।

Post a Comment

0 Comments