ନିମାପଡ଼ା, ୦୭/୦୧: ଆଥ୍ଲେଟିକ୍ ଆସୋସିଏସନ୍ ଦ୍ବାରା ନିମାପଡ଼ା ବାରବାଟୀ ପଡ଼ିଆରେ ଅନୁଷ୍ଠିତ ୩୦ତମ ତାପସ ମେମୋରିଆଲ୍ ନିମାପଡ଼ା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଅନୁଷ୍ଠିତ ହୋଇଯାଛି। ତୃତୀୟ ଦିନରେ ପ୍ରଥମ ସେମିଫାଇନାଲ ମ୍ୟାଚରେ ପୁରୀ ପୟୋନୀୟର କ୍ଲବ ସହିତ ପ୍ରଗତି ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଛି। ପ୍ରଥମେ ପ୍ରଗତି ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର ୨୫ ଓଭରରେ ରଘୁନାଥ ମଲ୍ଲଙ୍କ ଆକର୍ଷଣ ଶତକରେ ସମସ୍ତ ଓ୍ବିକେଟ ହରାଇ ୧୬୯ ରନ୍ କରିଥିବାବେଳେ ପ୍ରତିପକ୍ଷ ଦଳର ବୋଲର ଲାଲୁ ମହାନ୍ତି ପାଞ୍ଚ ଓଭର ବୋଲିଙ୍ଗୀ କରି ପାଞ୍ଚ ଓ୍ବିକେଟ ନେଇଥିଲେ ଦ୍ବିତୀୟ ଇନିଂସିରେ ପୁରୀ ପୟୋନୀୟର କ୍ଲବ ରନ୍ ପିଛା କରି ସୈମ୍ୟରଞ୍ଜନ ବିଶ୍ବାଳ ୭୭ ରନ୍ କରି ସମସ୍ତ ୱିକେଟ୍ ହରାଇ ୧୪୫ ରନ୍ କରି ଶେଷରେ ୨୫ ରନ୍ ପରାଜୟ କରିଥିଲେ।ମ୍ୟାନ ଅଫ ଦି ମ୍ୟାଚକୁ ରଘୁନାଥ ମଲ୍ଲକୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଦିଆଯାଇଥିଲା।ଆଜିର ମ୍ୟାଚରେ ଆଥଲେଟିକ ଆସୋସିଏସନ ସଭାପତି ଅକ୍ଷୟ କୁମାର ବେହେରା ସଭାପତିତ୍ବରେ ଅତିଥି ରୂପେ ଅର୍ଗସ ଟିଭିର ସାମ୍ବାଦିକ ପ୍ରଦ୍ୟୁମ୍ନ ବେହେରା ଓ ଇ.ଟିଭିର ସାମ୍ବାଦିକ ବିରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଖେଳକୁ ଅଭିନନ୍ଦନ ପାତ୍ର ଓ ତ୍ରୀଭୁବନନାଥ ଦାଶ ପରିଚାଳନା କରିଥିଲାବେଳେ ସ୍କୋରିଙ୍ଗି କରିଥିଲେ ଆନିଶ୍ ପ୍ରଧାନ ଓ ଆନନ୍ଦ ପ୍ରସାଦ ମଲ୍ଲିକ ।ଆସନ୍ତାକାଲିର ତୃତୀୟ କ୍ୱାର୍ଟରଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିବେ ଖୋର୍ଦ୍ଧା କ୍ରୀକେଟ ଆସୋସିଏସନ୍ ସହିତ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହେବ।

0 Comments