ରାଜଧାନୀରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ; ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

 

ଭୁବନେଶ୍ୱର, ୦୨/୦୧: ରାଜଧାନୀରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ ନେଇ ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ତଳସାହିରେ ଏହି ସଂଘର୍ଷ ହୋଇଛି । ଆକ୍ରମଣର ଶିକାର ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ୧୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଛନ୍ତି । ଏହାପରେ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ତନାଘନା ଚଳାଇଛି ।

ଓଡ଼ିଶାରେ ଅପରାଧ ଏବେ ଉପରମୁହାଁ । ରାଜଧାନୀ ସ୍ଥିତି ଆହୁରି ସାଂଘାତିକ । କେଉଁଠି ମୁଣ୍ଡ ଗଣୁଛି, କେଉଁଠି ଗଣଦୁଷ୍କର୍ମ । ମନେ ହେଉଛି ଆଇନଶୃଙ୍ଖଳା ସ୍ଥିତି ଯେମିତି ହୁଗୁଳିଯାଇଛି । ହେଲେ ବିଶେଷଜ୍ଞ କିନ୍ତୁ ଅଲଗା କଥା କହିଲେଣି । ଅପରାଧ ବୃଦ୍ଧି ପଛରେ ନିଶା ହିଁ ପ୍ରମୁଖ କାରଣ । ଅର୍ଥାତ୍ ଅବକାରୀ ବିଭାଗ ସଫଳତା ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗର ବିଫଳତାପ ପଛର ଅସଲ କାରଣ ।

ନିଶା ମାରିଦେଉଛି ମଣିଷପଣିଆ । ନୃଶଂସ ପାଲଟୁଛି ଯୌନ ରାକ୍ଷସ । ହିଂସ୍ର ହୋଇ କଅଁଳ ମାଂସକୁ ଝୁଣି ପକାଉଛନ୍ତି ନିଶାଡ଼ି ଯୁବକ । ଆଉ ନିଶା ଖସିଲା ବେଳକୁ ବରବାଦ ହୋଇଯାଉଛି କେଉଁ ନିରୀହ ଜୀବନ । ଘରୁ ଝିଅଙ୍କୁ ବାହାରକୁ ଛାଡ଼ିବାକୁ ଡରିଲେଣି ଅଭିଭାବକ ।


Post a Comment

0 Comments