ନିମାପଡ଼ା, ୦୨/୦୧: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଗୁହାଳପଡ଼ା କେନାଲ ରୋଡରେ ଆଇ.ଇ. ନିମାପଡ଼ା ରେଞ୍ଜ ଦ୍ୱାରା ଜଣେ ବ୍ରାଉନ୍ ସୁଗାର ବେବସାଇଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ନୁହାରକିରି ଅଞ୍ଚଳର ସୌରଭ ଘୋଷାଲ (୨୨), ବୋଲି ଜଣାପଡିଛି। ଏଥିସହିତ ଅଭିଯୁକ୍ତ ପାଖରୁ ୨୨୧ ଗ୍ରାମର ବ୍ରାଉନ୍ ଶୁଗାର (ଆନୁମାନିକ ମୂଲ୍ୟ ୨୨ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ) , ଗୋଟିଏ ଆଣ୍ଡ୍ରଏଡ ମୋବାଇଲ ଫୋନ ସହିତ ନମ୍ବର ପ୍ଲେଟ୍ ବିହୀନ ଏକ ୟାମାହା R15 ଗାଡ଼ିକୁ ଜବତ୍ କରାଯାଇଥିବା ଜଣାପଡ଼ିଛି। ନିମାପଡ଼ା ରେଞ୍ଜର ପି.ଆର. ନମ୍ବର - ୮୪/୨୫-୨୬ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋଟ ଚାଲାଣ କରାଯାଉଥିବା ନେଇ ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।

0 Comments