୧୯୮୨ ମ୍ୟାଟ୍ରିକ ବ୍ୟାଚ୍, ବନ୍ଧୁ ମିଳନ ଉତ୍ସବ

 


ନିମାପଡ଼ା, ୦୩/୦୧: ଦୀର୍ଘ ୪୩ବର୍ଷ ୮ମାସ ୪ଦିନ ପରେ ପ୍ରସନ୍ନ, କୈଳାଶ  ମିଳିତ ଉଦ୍ୟମ ବଳରେ, ସାରସ୍ୱତ ବିଦ୍ୟାପୀଠ, ବିରତୁଙ୍ଗର ୧୯୮୨ ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ବନ୍ଧୁମିଳନ ଉତ୍ସବ ଗତ ରବିବାର ଦିନ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ୩୨ ଜଣ ଛାତ୍ର ଯୋଗ ଦେଇଥିଲେ । ସମ୍ମାନୀୟ ଗୁରୁଜୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପତିଙ୍କ ଅଧ୍ୟକ୍ଷତାରେ ଏହି ବନ୍ଧୁମିଳନ ଉତ୍ସବରେ ସର୍ବ ପ୍ରଥମେ ଆମମାନଙ୍କ ଗହଣରୁ ବିଦାୟ ନେଇଯାଇଥିବା ଛାତ୍ର ଛାତ୍ରୀ ବାଲାଜୀ ସାହୁ, ପ୍ରକାଶ ନାୟକ ଓ କଳ୍ପନା ନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ତାପରେ ' ପତି ସାର ' ଛାତ୍ରଛାତ୍ରୀ ମାନଙ୍କୁ ଶତାୟୁ ହେବାର ଆଶୀର୍ବାଦ ଅର୍ପଣ କରିବା ସମୟରେ ଶୋକ ଗଦଗଦ ହୋଇପଡ଼ିଥିଲେ । ପରେ ପରେ ସୁବ୍ରତ , ଅଶୋକ, ପ୍ରସନ୍ନ ମହାପାତ୍ର , ଶ୍ରୀଧର , କୈଳାଶ , ନାରଣ  ଓ ପ୍ରସନ୍ନ  ଇତ୍ୟାଦି ସେମାନଙ୍କର ୧୯୮୨ ମସିହାର ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ ।  କୈଳାଶ  ସଙ୍ଗୀତ ଓ ଶ୍ରୀଧର  ପ୍ରବଚନ ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଏହି ବନ୍ଧୁମିଳନ ଉତ୍ସବ ଜାରି ରଖିବା ପାଇଁ  ପ୍ରଶନ କୁମାର ପ୍ରଧାନ ଙ୍କୁ ସଂଯୋଜକ ଓ କୈଳାସ ଚନ୍ଦ୍ର ମଲ୍ଲିକ ଙ୍କୁ କୋଡ଼ିନେଟର ଭାବରେ ମନୋନୀତ କରିଥିଲେ  । ଆସନ୍ତା ବନ୍ଧୁମିଳନ ଉତ୍ସବ ଯାଜପୁର ଠାରେ କରିବା ପାଇଁ ଅଶୋକ ସମସ୍ତ ଖର୍ଚ୍ଚ ବହନ ସହିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ ଯାହାକୁ ସମସ୍ତେ ସାଦର ଗ୍ରହଣ କରିଥିଲେ । ଶେଷରେ କୋଣାର୍କସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରସାଦ ସେବନ କରିବା ପରେ ବନ୍ଧୁମାନେ ବିଦାୟ ନେଇଥିଲେ ।

Post a Comment

0 Comments